ରିଲ୍ କୋଚ୍ ରିୟଲ୍ ଷ୍ଟାର୍ ! ମନୋଜ ବାଜପେୟୀଙ୍କ ସହ ବୁଦ୍ଧିଆ ସିଂ

24

ଆରମ୍ଭ ହୋଇ ଯାଇଛି କାଉଂଟ୍ ଡାଉନ୍ । ଆଉ ମାତ୍ର ଦୁଇ ଦିନ ପରେ ଅଗଷ୍ଟ ୫ ତାରିଖରେ ସିଲଭର ସ୍କ୍ରିନକୁ ଆସୁଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ବୁଦ୍ଧିଆ ସିଂ – ବର୍ଣ୍ଣ ଟୁ ରନ୍’ । ଫିଲ୍ମରେ ରହିଛି ଓଡିଶାର ବିସ୍ମୟ ବାଳକ ବୁଦ୍ଧିଆ ସିଂର ଜୀବନ କାହାଣୀ । ଏହା ସହ ଦର୍ଶାଯାଇଛି ବୁଦ୍ଧିଆର ଜୀବନ ସଂଘର୍ଷର କାହାଣୀ । ତେବେ ରିଲିଜ୍ ଆଗରୁ ହିଁ ଫିଲ୍ମର ଗୀତ ସହ ଟ୍ରେଲର ଦର୍ଶକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ସାରିଛି । ସେପଟେ ଫିଲ୍ମର ପ୍ରମୋସନ ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି ବୁଦ୍ଧିଆ ସିଂ । ଆଉ ଫିଲ୍ମର ସ୍କ୍ରିନିଂ ବେଳେ ଏକାଠି ନଜର ଆସିଛନ୍ତି ନିର୍ଦେଶକ ସୌମେନ୍ଦ୍ର ପାଢୀ ଓ ମନୋଜ ବାଜପେୟୀଙ୍କ ସହ । ମନୋଜ ଫିଲ୍ମରେ ବୁଦ୍ଧିଆଙ୍କ କୋଚ୍ ବିରଂଚି ଦାସଙ୍କ ଭୁମିକାରେ ଅଭିନୟ କରିଛନ୍ତି । ତେବେ ନିଜ ଜୀବନ କାହାଣୀ ଉପରେ ଆଧାରିତ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ଥିବା ପୂର୍ବରୁ କହିଥିଲେ ବୁଦ୍ଧିଆ ।

ଏହା ସହ ‘ସୁନା ପୁଅ ତୁ ଦଉଡ୍ ଦଉଡ୍’. . ଋତୁରାଜଙ୍କ କଣ୍ଠରେ ବୁଦ୍ଧିଆ ସିଂଙ୍କ ଉପରେ ନିର୍ମିତ ଫିଲ୍ମର ଗୀତ