ବୁଦ୍ଧିଆ ସିଂ ହଷ୍ଟେଲ ନଫେରିବା ପ୍ରସଙ୍ଗ : କ୍ରୀଡା ସଚିବ ଶାଶ୍ୱତ ମିଶ୍ରଙ୍କ ବୈଠକ

48

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବୁଦ୍ଧିଆ ସ୍ପୋର୍ଟସ ହଷ୍ଟେଲକୁ ନଫେରିବା ପ୍ରସଙ୍ଗରେ ଆଜି ଏକ ବୈଠକ କରିଛନ୍ତି କ୍ରୀଡା ସଚିବ ଶାଶ୍ୱତ ମିଶ୍ର । ବୈଠକ ପରେ ସଚିବ କହିଛନ୍ତି, ୨ରୁ ୪ ଦିନ ଭିତରେ ବୁଦ୍ଧିଆ ହଷ୍ଟେଲକୁ ଫେରିଲେ ଏଠାରେ ରହିବା ପାଇଁ ଅନୁମତି ଦିଆଯିବ । ଏହାସହ ସେ କହିଛନ୍ତି ଖରାଛୁଟିରେ ପିଲାମାନେ ଘରକୁ ଯାଇଥିଲେ ବୁଦ୍ଧିଆଙ୍କ ଭଳି ଆହୁରି ୭ ଆଠ ଜଣ ପିଲା ଆସିନାହାଁନ୍ତି । ତେବେ ଯଦି କିଏ ଭାବୁଛି ବାହାର ରାଜ୍ୟରେ ଭଲ ସୁବିଧା ସୁଯୋଗ ମିଳିବ ଓ ସେମାନେ ଦେଶର ଗର୍ବ ବଢାଇପାରିବେ ତେବେ ସେମାନଙ୍କ ଯିବାରେ କିଛି ଭୂଲ ନାହିଁ । ହଷ୍ଟେଲରେ ରହିବାକୁ ଚାହୁଁନଥିଲେ ଏ ସଂପର୍କରେ ବିଧିବଦ୍ଧ ଭାବେ ଜଣାଇ ସେମାନେ ଅନ୍ୟତ୍ର ଯାଇ ପାରିବେ ବୋଲି କ୍ରୀଡା ସଚିବ ସୂଚନା ଦେଇଛନ୍ତି । ଅଧିକ ତଥ୍ୟ ଏହି ଭିଡିଓରେ :