ନିଖୋଜ ନାୟକ ବୁଦ୍ଧିଆ ! ହଜି ଯାଇଛି ନା ଲୁଚା ଯାଇଛି . . .

50

କନକ ବ୍ୟୁରୋ : ବୁଦ୍ଧିଆ ପଳାତକ ନୁହେଁ । ସେ ଜନ୍ମ ହୋଇଛି ଦୌଡିବାକୁ । ଦୌଡି ଦୌଡି ପୁଣି ଫେରି ଆସିବ । ନିର୍ଦେଶକ ସୌମେନ୍ଦ୍ର ପାଢୀଙ୍କ ଏ ଦୁଇ ପଦ କଥା ଯେମିତି ବୁଦ୍ଧିଆ ସିଂ ନିଖୋଜ ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି । ତେବେ କଣ ସେ ଜାଣିଛନ୍ତି କି ବୁଦ୍ଧିଆ ସିଂ କେଉଁଠି ଅଛି । ନା ନିଜ ଫିଲ୍ମର ପବ୍ଲିସିଟି ପାଇଁ ସେ ବୁଦ୍ଧିଆକୁ ନିଖୋଜ ନାୟକ କରି ଦେଇଛନ୍ତି । ଏମିତି ଅନେକ ପ୍ରଶ୍ନ ଘଟଣାକୁ ଆହୁରି ରହସ୍ୟମୟ କରି ଦେଇଛି । କାରଣ ଖରାଛୁଟି ପରେ କ୍ରୀଡା ଛାତ୍ରାବାସକୁ ଫେରିନି ବୁଦ୍ଧିଆ ।

ସେପେଟେ ଅଗଷ୍ଟ ୫ ତାରିଖରେ ରିଲିଜ୍ ହେଉଛି ଫିଲ୍ମ ବୁଦ୍ଧିଆ ସିଂ ବର୍ଣ୍ଣ ଟୁ ରନ୍ । ରିଲିଜ୍ ହେବା ପୂର୍ବରୁ ଫିଲ୍ମ ଜାତୀୟ ପୁରସ୍କାର ବି ପାଇ ସାରିଛି । ଏବେ ବ୍ୟବସାୟ ଓ ଲୋକପ୍ରିୟତା ପାଇବାକୁ ନିର୍ମାଣକାରୀ ସଂସ୍ଥା ରାତିଦିନ ଏକ୍ କରି ଦେଇଛି । ଟ୍ରେଲର ପରେ ରିଲିଜ ହୋଇଛି ଆନ୍ଥମ୍ । ପ୍ରଚାର ପ୍ରସାର ପାଇଁ ସୋସିଆଲ ମିଡିଆକୁ ବି କରିଛନ୍ତି ଅସ୍ତ୍ର । ଆଉ ଏ ସମୟରେ ବୁଦ୍ଧିଆ ଗାୟବ । କୁଆଡେ ଗଲା ବିସ୍ମୟ ବାଳକ । ଘରେ ମା’ ନାହିଁ, ବୁଦ୍ଧିଆ ବସ୍ତିରେ ନାହିଁ । ଏ ଚର୍ଚ୍ଚା ଓଡିଶାରୁ ଯାଇ ପହଂଚିଛି ମୁମ୍ବାଇରେ । ଆଉ ଗତକାଲି ଆନ୍ଥମ୍ ରିଲିଜ୍ ବେଳେ ଏ ପ୍ରଶ୍ନକୁ ସାମ୍ନା କରିବାକୁ ପଡିଥିଲା ଅଭିନେତା ମନୋଜ ବାଜପେୟୀଙ୍କୁ । ହେଲେ ଏ ପ୍ରଶ୍ନର ଉତର ନିଜେ ନଦେଇ ସେ ନିର୍ଦେଶକଙ୍କ ଆଡକୁ ଇସାରା କରିଥିଲେ । ଆଉ ନିର୍ଦେଶକ ସୌମେନ୍ଦ୍ର ପାଢୀ ପ୍ରତିକ୍ରିୟା ଏବେ ଏହି ଘଟଣାକୁ ରହସ୍ୟମୟ କରିଦେଇଛି ।

ଏହା ସହ ୩୦ ଦିନ ଭିତରେ ହଷ୍ଟେଲକୁ ନଫେରିଲେ ବିଦା ହେବେ ବୁଦ୍ଧିଆ : କ୍ରୀଡା ସଚିବ