ବୁଦ୍ଧିଆ ନିଖୋଜ ହେବା ପ୍ରସଙ୍ଗରେ ସିଡବ୍ଲୁସିକୁ ରିପୋର୍ଟ ଦେଲା କ୍ରୀଡା ଛାତ୍ରାବାସ

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବୁଦ୍ଧିଆ ସିଂକୁ ନେଇ ତନାଘନା ଚଳାଇଛି ଶିଶୁ କଲ୍ୟାଣ ସମିତି । ନିଖୋଜ ବୁଦ୍ଧିଆର ଠିକଣା ଖୋଜି ଦେବାକୁ ସରକାରଙ୍କୁ ତିନିଦିନର ମହଲତ ଦେଇଛି , ଯାହା ଆସନ୍ତାକାଲି ସରୁଛି। ସରକାର ଯଦି ବୁଦ୍ଧିଆ ବାବଦରେ ସନ୍ତୋଷଜନକ ତଥ୍ୟ ନଦେବେ ତେବେ ସିଡବ୍ଲୁସି, ବୁଦ୍ଧିଆକୁ ନିଖୋଜ ନାୟକ କରିଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଚେତାବନୀ ଦେଇଛିି। ସେପଟେ କୁହାଯାଉଛି ନିଜ ଫିଲ୍ମର ପ୍ରମୋଶନ ପାଇଁ ବୁଦ୍ଧିଆ ଓ ତାଂକ ମାଆଙ୍କୁ ଫିଲ୍ମ ନିର୍ଦେଶକ ମୁମ୍ବାଇରେ ରଖିଛନ୍ତି। ଯଦି ଏକଥା ସତ ହୁଏ ତେବେ କାହାକୁ ଜଣାଇ ତାଂକୁ ମୁମ୍ବାଇ ନିଆଗଲା ସେନେଇ ପ୍ରଶ୍ନ ଉଠିଛି।

ଏହା ସହ ମୁମ୍ବାଇରେ ଅଛି ବୁଦ୍ଧିଆ : ଜାତୀୟ ଗଣମାଧ୍ୟମକୁ ଫିଲ୍ମ ନିର୍ଦେଶକଙ୍କ ସୂଚନା