ବୁଦ୍ଧିଆଙ୍କୁ ଅପହରଣ ପ୍ରସଙ୍ଗ : ବୁଦ୍ଧିଆ ଓ ତାଙ୍କ ମାଙ୍କ ବୟାନ ରେକର୍ଡ କରିବାକୁ ଦାବି କରିଛି ସିଡବ୍ଲ୍ୟୁସି

21

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ବୁଦ୍ଧିଆଙ୍କୁ ଅପହରଣ ପ୍ରସଙ୍ଗରେ ପୁଲିସ ଡୋରି ବାନ୍ଧିବାକୁ ବସିଥିବା ବେଳେ ସିଡବ୍ଲ୍ୟୁସି ଆଉ ଏକ ଅଭିଯୋଗ ଆଣିଛନ୍ତି । ବୁଦ୍ଧିଆ ଓ ତାଙ୍କ ମାଙ୍କ ବୟାନ ରେକର୍ଡ କରିବାକୁ ଦାବି କରିଛି ସିଡବ୍ଲ୍ୟୁସି । ତାମିଲନାଡ଼ୁର କୋଡାଇକେନାଲରେ ବୁଦ୍ଧିଆ ଏବଂ ତାଙ୍କ ମା ଥିବା ପୁଲିସ କହୁଥିବା ବେଳେ ଉଭୟଙ୍କ ବୟାନ ରେକର୍ଡ କରିବାକୁ ଦାବି ହୋଇଛି । ଏହା ସହ ଯଦି ବୁଦ୍ଧିଆ ଅପହରଣ ଅଭିଯୋଗ ପରେ ବୁଦ୍ଧିଆଙ୍କ ସନ୍ଧାନ ପାଇଲା କମିଶନରେଟ୍ ପୁଲିସ୍ । କୋଡ଼ାଇକେନାଲର ହୋଟେଲ ପ୍ଲିଜେଂଟ ଷ୍ଟେ ଲା ଫ୍ଲୋରା ଠାରେ ଥିବା ପୁଲିସ୍ ସୂଚନା ଦେଇଛି । ବୁଲିବା ଉଦ୍ଦେଶ୍ୟରେ ସେମାନେ ତାମିଲନାଡ଼ୁ ଯାଇଥିବା ପୁଲିସ କମିଶନର ୱା.ବି ଖୁରାନିଆ କନକ ନ୍ୟୁଜକୁ ସୂଚନା ଦେଇଛନ୍ତି । କୋଡ଼ାଇନେକାଲରୁ ସେମାନେ ମୁମ୍ବାଇ ଅଭିମୁଖେ ଯାତ୍ରା କରିବେ । ଆସନ୍ତା ୨୪ କିମ୍ବା ୨୫ରେ ଭୁବନେଶ୍ୱର ଫେରିବେ ବୋଲି ପୁଲିସ କମିଶନର କହିଛନ୍ତି । ଏପଟେ ଦୁଇ ପ୍ରଯୋଜନା ସଂସ୍ଥାର ବ୍ୟବସାୟିକ ଲଢେଇରେ ବୁଦ୍ଧିଆ ଅସ୍ତ୍ର ସାଜିଥିବା ନେଇ ଚର୍ଚ୍ଚା ହେଉଛି । ସେପଟେ ବୁଦ୍ଧିଆଙ୍କ ମାଙ୍କ ବୟାନ ରେକର୍ଡ କରିବାକୁ ଦାବି କରିଛି ସିଡବ୍ଲ୍ୟୁସି ।