ରିଲ୍ ଓ ରିୟଲ – ଫ୍ଲପ୍ ମାରିଲା ବୁଦ୍ଧିଆ ସିଂ

64

Budhiaକନକ ବ୍ୟୁରୋ : ଓଡିଶାରେ ରଚାଗଲା ଅପହରଣର ନାଟକ । ପ୍ରଯୋଜନା ସଂସ୍ଥା କଲା ଧୁମଧଡାକା ପ୍ରମୋସନ୍ । କେତେବେଳେ ମୁମ୍ବାଇ ତ କେତେବେଳେ ଦିଲ୍ଲୀ । କେତେବେଳେ ଇଂରାଜୀ ଚ୍ୟାନେଲ୍ ତ କେତେବେଳେ ହିନ୍ଦି ଚ୍ୟାନେଲର ହେଡଲାଇନ୍ ପାଲଟି ଯାଇଥିଲା ଫିଲ୍ମ । ହେଲେ ବକ୍ସ ଅଫିସରେ ଫେଲ ମାରିଲା ବୁଦ୍ଧିଆ ସିଂ ।

ଫିଲ୍ମ ବୁଦ୍ଧିଆ ସିଂ – ବର୍ଣ୍ଣ ଟୁ ରନ୍ ରିଲିଜ ହେବା ପରେ ପ୍ରଥମ ସପ୍ତାହର ରିପୋର୍ଟ କିଛି ଏମିତି । ହୁଏତ ଟାଇମ୍ସ ଅଫ୍ ଇଣ୍ଡିଆର ରିଭ୍ୟୁ ଫିଲ୍ମକୁ ଦେଇଛି ୪ ଷ୍ଟାର । ବଲିଉଡ ହଙ୍ଗାମା ଦେଇଛି ୨.୫ ଷ୍ଟାର । ହେଲେ ବ୍ୟବସାୟ ହୋଇ ପାରିଲାନି ଆଖିଦୃଶିଆ । ପ୍ରଥମ ସପ୍ତାହ ସୁଦ୍ଧା ଫିଲ୍ମର କଲେକସନ୍ ହେଉଛି ମାତ୍ର ୧.୨ କୋଟି ଟଙ୍କା ।

google

ବିସ୍ମୟ ବାଳକ ବୁଦ୍ଧିଆ ସିଂ କୁ ନେଇ ଫିଲ୍ମ । ସତ କାହାଣୀ, ଯାହାକୁ ସାରା ବିଶ୍ୱ ଜାଣେ । ମନୋଜ ବାଜପାୟୀଙ୍କ ଭଳି ଦମଦାର ଅଭିନେତା, ଯାହାଙ୍କ ଅଭିନୟକୁ ସାରା ଦେଶର ଦର୍ଶକ ତାରିଫ କରନ୍ତି । ଫିଲ୍ମଟି ପୂର୍ବରୁ ଜାତୀୟ ଫିଲ୍ମ ପୁରସ୍କାର ବି ପାଇ ସାରିଛି । ତଥାପି କାମ କଲାନି ଯାଦୁ । କେହି କେହି କହିଲେ କେବଳ ରିୟଲ ନୁହେଁ ରିଲରେ ବି ଚାଲିଲାନି ବୁଦ୍ଧିଆର ପାଦ ।

budhia-manoj--ପୂର୍ବରୁ କ୍ରୀଡାବିତଙ୍କ ଜୀବନୀକୁ ନେଇ ନିର୍ମିତ ଭାଗ ମିଲଖା ଭାଗ୍ ଓ ମେରି କମ୍ ଭଳି ଫିଲ୍ମକୁ ଖୁବ୍ ସଫଳତା ମିଳିଛି। ଏହି ଦୁଇଟି ଯାକ ଫିଲ୍ମ ପାଖାପାଖି ୫୦ କୋଟି ଲେଖାଏଁର ବ୍ୟବସାୟ କରିଛନ୍ତି । ଯାହାର ତୁଳନାରେ ବୁଦ୍ଧିଆ ସିଂ ବର୍ଣ୍ଣ ଟୁ ରନ୍ ଖୁବ୍ ପଛରେ ।

ତେବେ ଫିଲ୍ମ ବିଶାରଦଙ୍କ ମତରେ ବ୍ୟବସାୟିକ ପ୍ରତିଯୋଗୀତାରେ ଯଦିଓ ଫିଲ୍ମଟି ପଛରେ ପଡିଗଲା , ହେଲେ କଳାତ୍ମକ କ୍ଷେତ୍ରରେ ଫିଲ୍ମଟି ଅଲ ଟାଇମ୍ ହିଟ୍ ।