ଅପକମିଙ୍ଗ୍ ମୁଭି ‘ବୁଦ୍ଧିଆ ସିଂ – ବର୍ଣ୍ଣ ଟୁ ରନ୍’ ଦର୍ଶକ ମାନଙ୍କୁ ଭେଟି ଦେଇଛି ଆଉ ଏକ ସୁନ୍ଦର ଗୀତ । ଯାହାର ମୁଖଡା ରହିଛି ‘ସୁନା ପୁଅ ତୁ ଦଉଡ ଦଉଡ’ । ଆଉ ଏହି ଗୀତଟିକୁ ନିଜ ସ୍ୱରର ଯାଦୁରେ ସଜାଇଛନ୍ତି ଓଡିଆ ସିଙ୍ଗର୍ ଋତୁରାଜ ମହାନ୍ତି । ତେବେ କିଛି ଦିନ ପୂର୍ବେ ରିଲିଜ ହୋଇଥିଲା ଏହି ମୁଭିର ଆନ୍ଥମ୍ । ଯାହାକୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ । ଆସନ୍ତା ଅଗଷ୍ଟ ୫ ତାରିଖରେ ରୂପେଲି ପରଦାକୁ ଆସିବ ଫିଲ୍ମ ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’ । ଫିଲ୍ମରେ ରହିଛି ଓଡିଶାର ବିସ୍ମୟ ବାଳକ ବୁଦ୍ଧିଆ ସିଂର ଜୀବନ କାହାଣୀ । ଏହା ସହ ଦର୍ଶାଯାଇଛି ବୁଦ୍ଧିଆର ଜୀବନ ସଂଘର୍ଷର କାହାଣୀ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ଓଡିଆ ନିର୍ଦେଶକ ସୌମେନ୍ଦ୍ର ପାଢୀ । ଫିଲ୍ମରେ ଭର୍ସାଟାଇଲ୍ ଆକ୍ଟର ମନୋଜ ବାଜପେୟୀଙ୍କୁ ବୁଦ୍ଧିଆଙ୍କ ପ୍ରଶିକ୍ଷକ ବିଂରଚି ଦାସଙ୍କ ଭୂମିକାରେ ଦେଖିବାକୁ ମିଳିଛି । ଫିଲ୍ମରେ ବୁଦ୍ଧିଆ ଭୂମିକାରେ ଅଭିନୟ କରିଛନ୍ତି କୁନି କଳାକାର ‘ମୟୁର’ ।

ଏହା ସହ ରିଲିଜ୍ ହେଲା ‘ବୁଦ୍ଧିଆ ସିଂ-ବର୍ଣ୍ଣ ଟୁ ରନ୍’ର ପ୍ରଥମ ଗୀତ