ରାଷ୍ଟ୍ରପତିଙ୍କ ଅଭିଭାଷଣ ସହ ସଂସଦର ବଜେଟ ଅଧିବେଶନ ଆରମ୍ଭ । ୨୦୧୯ ସୁଦ୍ଧା ସବୁ ଗାଁକୁ ରାସ୍ତା ସଂଯୋଗ । ଗରିବଙ୍କ ଉପରେ ଫୋକସ

42

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ସଂସଦର ବଜେଟ ଅଧିବେଶନ ଆରମ୍ଭ । କେନ୍ଦ୍ରୀୟ ହଲରେ ଉଭୟ ଗୃହର ସଦସ୍ୟଙ୍କୁୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୨୦୧୮ ସୁଦ୍ଧା ନୂଆ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଆହ୍ୱାନ ଦେଇଛନ୍ତି ମହାମହିମ ରାଷ୍ଟ୍ରପତି । ଋାମନାଥ ତାଙ୍କ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀଙ୍କ ବିଭିନ୍ନ ଜନକଲ୍ୟାଣମୁଖୀ ଯୋଜନା ବିଷୟରେ ସୂଚନା ଦେଇଛନ୍ତି । ଡାଲି ଉତ୍ପାଦନ ଶତକଡା ୩୮ ଭାଗ ବଢିଛି । ଅଟଳ ପେନସନ ଯୋଜନାରେ ୮୦ ଲକ୍ଷ ବୃଦ୍ଧବୃଦ୍ଧା ଉପକୃତ ହୋଇଛନ୍ତି । ସେହିପରି ଜନଧନ ଯୋଜନାରେ ୩୧କୋଟି ଲୋକଙ୍କର ଖାତା ଖୋଲାଯାଇଛି । ତୁଷ୍ଟୀ କରଣ ନୁହେଁ ନାରୀ ସଶକ୍ତୀକରଣ ଉପରେ ସରକାର ଗୁରୁତ୍ୱ ଦେଇଥିବା ରାମନାଥ କହିଛନ୍ତି ।

ସେହିପରି ଚାଷୀଙ୍କ ଉନ୍ନତ ଜୀବନଶୈଳୀ ଉପରେ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି । ଚାଷୀଙ୍କ ପାଇଁ ସରଳ ଓ ଶସ୍ତା ବିମା ଲାଗୁ କରାଯାଇଛି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ବଢାଯିବ ବୋଲି ସେ କହିଛନ୍ତି । ୨୦୧୯ ସୁଦ୍ଧା ଦେଶକୁ ସ୍ୱଚ୍ଛ ରଖିବା ପାଇଁ ବାପୁଙ୍କ ପାଇଁ ସବୁଠୁ ବଡ ଶ୍ରଦ୍ଧାଂଜଳୀ ହେବ ବୋଲି ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି । ଦେଶର ପରିବହନ ସୁବିଧାକୁ ଗୁରୁତ୍ୱ ଦିଆଯାଉଛି । ବିଶ୍ୱରେ ସବୁଠାରୁ ବଡ ସାକ୍ଷରତା କାର୍ଯ୍ୟକ୍ରମ ଚାଲୁରହିଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ଦିବ୍ୟାଙ୍ଗଙ୍କ ପାଇଁ ୫ପ୍ରତିଶତ ସିଟ ସଂରକ୍ଷିତ କରାଯାଇଛି ।

୨୦୧୯ ସୁଦ୍ଧା ସବ ଗାଁ କୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା କାମ ଶେଷ କରାଯିବ । ଗରିବଙ୍କ ପାଇଁ ସରକାର ହାତ ଖୋଲିଦେଇଛନ୍ତି । ଶତକଡା ୬ କମ ସୁଧରେ ଗରିବଙ୍କୁ ଘର ଋଣ ଦିଆଯିବ । ଗର୍ଭବତୀ ମହିଳାଙ୍କ ପାଇଁ ୨୬ ସପ୍ତାହ ଛୁଟି ମଂଜୁରୀ ମିଳିଛି । ଗରିବ ଓ ମଧ୍ୟବିତଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ ବୀମା କରାଯାଇଛି । ଜନ ଔଷଧୀ କେନ୍ଦ୍ରରେ ୮୦୦ ମାଗଣା ଔଷଧ ମିଳୃୁଛି । ଦେଶବ୍ୟାପୀ ଏମବିବିଏସ ସିଟରେ ବୃଦ୍ଧି କରାଯାଇଛି । ୪ଶହରୁ ଅଧିକ ଯୋଜନାକୁ ଡିଜିଟାଲ କରାଯାଇଛି । ଦିବ୍ୟାଙ୍ଗଙ୍କ ଜନ ଅଧିକାର ନିୟମ ଯୋଜନା କରାଯାଇଥିବା ରାଷ୍ଟ୍ରପତି କହିଛନ୍ତି ।

ବେଟି ବଚାଓ, ବେଟି ବଢାଓ ଯୋଜନା ସଫଳ ହୋଇଛିା ଇସ୍ରୋର ସଫଳତା କଥା ସେ ମନେପକାଇଛନ୍ତି । ଏକକାଳୀନ ୧୪୦ଟି ସାଟେଲାଇଟ ଲଂଚ କରି ଭାରତ ବିଶ୍ୱରେ ନିଜର ଦମ ଦେଖାଇଛି । ସେହିଭଳି ପ୍ରଥମଥର ପାଇଁ ଭାରତ ବିଜୁଳି ରପ୍ତାନୀ କରିଥିବା ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି । ୧୮ହଜାର ଗାଁରେ ବିଜୁଳି ପହଚିଂଛି । ଏଲଇଡି ବ୍ୟବହାର ଯୋଗୁ ୧୦ହଜାର ୟୁନିଟ ବିଦ୍ୟୁତ ଶକ୍ତି ଦେଶ ବଂଚାଇ ପାରିଥିବା ରାମନାଥ କହିଛନ୍ତି ।