ବଜେଟକୁ ବିରୋଧ : ଭୋଟ ପୂର୍ବରୁ ବଜେଟ ଉପସ୍ଥାପନକୁ ନେଇ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିରୋଧୀ

18

କନକ ବ୍ୟୁରୋ : ବିଧାନସଭା ନିର୍ବାଚନ ପୂର୍ବରୁ ସାଧାରଣ ବଜେଟକୁ  ବିରୋଧ । ଫେବୃଆରୀ ୧ରେ ହେବାକୁ ଥିବା ବଜେଟ୍ ଉପସ୍ଥାପନକୁ ବିରୋଧ କରିଛନ୍ତି ବିରୋଧୀଦଳ । ଏ ସଂପର୍କରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛନ୍ତି ବିରୋଧୀଦଳ ।

କଂଗ୍ରେସ, ଟିଏମସି, ସମାଜବାଦୀ ପାର୍ଟି, ସିପିଏମ, ଜେଡିୟୁ ଓ ଆରଜେଡିର ନେତା ମିଳିତ ଭାବେ ନିର୍ବାଚନ କମିଶନଙ୍କୁ ସାକ୍ଷାତ କରି ଫେରାଦ ହୋଇଛନ୍ତି । ବିଧାନସଭା ନିର୍ବାଚନ ପୂର୍ବରୁ ସାଧାରଣ ବଜେଟ୍ ଉପସ୍ଥାପନ ହେଲେ ଏହା ନିର୍ବାଚନକୁ ପ୍ରଭାବିତ କରିବ ବୋଲି ଅଭିଯୋଗ କରିଛନ୍ତି ବିରୋଧୀଦଳ ।