ଚାକିରିଆଙ୍କ ପାଇଁ ସରକାର ଆଣିଲେ ଖୁସିଖବର ! ଗ୍ରେଚ୍ୟୁଟିର ସୀମା ୧୦ ଲକ୍ଷରୁ ବଢି ହେଲା ୨୦ ଲକ୍ଷ,ଅଧିକ ଜାଣିବା ପାଇଁ ପଢନ୍ତୁ ସମ୍ପୁର୍ଣ୍ଣ ଖବର ।

271

କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ୍ ଅନ୍ତିମ ବଜେଟରେ ବେତନଭୋଗୀଙ୍କ ପାଇଁ ବଡ ଖୁସିଖବର ଆଣିଛନ୍ତି । ଗୋଏଲ୍ ଗ୍ରେଚ୍ୟୁଟି ପଇଠ ସୀମାକୁ ୧୦ ଲକ୍ଷରୁ ୨୦ ଲକ୍ଷ ଟଙ୍କା କରିଦେଇଛନ୍ତି । ଏହାର ଅର୍ଥ ହେଉଛି ଯେ ୫ ବର୍ଷ ପର୍ଯ୍ୟନ୍ତ ଚାକିରୀ ଛାଡିବା ପରେ ମିଳୁଥିବା ରାଶି ୧୦ ଲକ୍ଷକୁ ବଢାଯାଇ ୨୦ ଲକ୍ଷ କରାଯାଇଛି । ଆପଣଙ୍କୁ ଏଠାରେ କହିରଖୁଛୁ ଗ୍ରେଚ୍ୟୁଟି ଆପଣଙ୍କ ଦରମାର ସେହି ଅଂଶ ଯାହା କମ୍ପାନୀ କର୍ମଚାରୀଙ୍କୁ ବର୍ଷରେ ଆପଣଙ୍କ ସେବାକୁ ଦେଖି ଦେଇଥାଏ । ଗ୍ରେଚ୍ୟୁଟି ସେହି ଲାଭକାରୀ ଯୋଜନା ଅଟେ ଯାହା ଅବସରର ପରେ ମିଳୁଥିବା ଲାଭର ଅଂଶ ଅଟେ । ଚାକିରୀ ଛାଡିବା କିମ୍ବା ଶେଷ ହେବା ପରେ ଏହା କର୍ମଚାରୀଙ୍କୁ ନିଯୁକ୍ତକାରୀଙ୍କ ଦ୍ୱାରା ପ୍ରଦାନ କରାଯାଏ । ଏଭଳି କର୍ମଚାରୀଙ୍କ ସେବାକୁ ୫ ବର୍ଷର ଅନବରତ ସେବା ମନାଯାଇଥାଏ । ୫ ବର୍ଷର ସେବା ପରେ ହିଁ ଗ୍ରେଚ୍ୟୁଟି ସେବା ପ୍ରଦାନ କରାଯାଏ ।

କେବେ ମିଳିଥାଏ ଗ୍ରେଚ୍ୟୁଟି ଟଙ୍କା ?

ଗ୍ରେଚ୍ୟୁଟି ପଇଠ ,୧୯୭୨ ଅଧିନିୟମ ସଂଗଠନ କ୍ଷେତ୍ର ମୁତାବକ ଯେଉଁ କମ୍ପାନୀରେ ୧୦ କିମ୍ବା ଏହାଠାରୁ ଉଦ୍ଧ୍ୱର୍ କର୍ମଚାରୀ କାମ କରିଥାନ୍ତି ତେବେ ସେଠାରେ ଗ୍ରେଚ୍ୟୁଟି କାମ କରିଥାଏ । ଗ୍ରେଚ୍ୟୁଟି ଆପଣଙ୍କ ସାଲାରୀର ଏକ ଅଂଶ ହୋଇଥାଏ । ବର୍ଷର ଶେଷ ସମୟରେ କୌଣସି ବି କମ୍ପାନୀ କର୍ମଚାରୀଙ୍କୁ ସେବା ବଦଳରେ ଦେଇଥାଏ । ଅବସର ପରେ ଏହାର ଫାଇଦା ମିଳିଥାଏ । ଗ୍ରେଚ୍ୟୁଟି ମୁତାବକ କୌଣସି ଚାକିରୀ ପାଇଁ ଜଣେ ବ୍ୟକ୍ତିଙ୍କୁ ୪ ବର୍ଷ,୧୦ ମାସ ଏବଂ ୧୧ ଦିନର ସମୟ ମିଳିବା ଆବଶ୍ୟକ । ୫ ବର୍ଷ ପରେ ଜଣେ କର୍ମର୍ଚାରୀ ଏହାର ହକଦାର ହୋଇଥାନ୍ତି ।