ବଜେଟର ପୂରା ମୁଖ୍ୟାଂଶ: ଆପଣଙ୍କ ଜାଣିବା ପାଇଁ ସମସ୍ତ ତଥ୍ୟ ଗୋଟିଏ ଜାଗାରେ

1,276

ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ଶେଷ ବଜେଟ୍ । ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ଅନ୍ତରୀଣ ବଜେଟ ବା କାମଚଳା ବଜେଟକୁ ଉପସ୍ଥାପନା କରିଛନ୍ତି କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ । ତେବେ ନିର୍ବାଚନ ବର୍ଷରେ କାମଚଳା ବଜେଟ୍ ଉପସ୍ଥାପନ କରିବାର ପରମ୍ପରା ରହିଛି । ହେଲେ ସେହି ପରମ୍ପରାକୁ ମୋଦି ସରକାର ଭାଙ୍ଗି ପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବଜେଟକୁ ନେଇ ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିଥିଲେ ଅର୍ଥ ମନ୍ତ୍ରାଳୟ । ଅନ୍ତରୀଣ ବଜେଟ୍ ହୋଇଥିଲେ ବି ସମସ୍ତଙ୍କ ନଜର ରହିଥିଲା ଏହି ବଜେଟ୍ ଉପରେ । କାରଣ ନିର୍ବାଚନ ବର୍ଷ ହୋଇଥିବାରୁ ଲୋକପ୍ରିୟ ବଜେଟ୍ କରି ଭୋଟରଙ୍କ ଆସ୍ଥା ଜିତିବାକୁ ସରକାର ପ୍ରୟାସ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ତେଣୁ ନିର୍ବାଚନ ବର୍ଷରେ ଲୋକଙ୍କୁ ଖୁସି କରିବା ପାଇଁ ବଜେଟରେ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । ଯେଉଁଥିରେ ସାଧାରଣ ଜନତାଙ୍କ ହୀତ ଉଦ୍ଦେଶ୍ୟରେ ଅନେକ ନୂଆ ଯୋଜନାର ଘୋଷଣା କରିଛନ୍ତି କାମଚଳା ଅର୍ଥମନ୍ତ୍ରୀ ପୀୟୁଷ ଗୋଏଲ । ଜାଣନ୍ତୁ ଏହି ଅନ୍ତରୀଣ ବଜେଟରେ କଣ ସବୁ ନୂଆ ଯୋଜନାର ଘୋଷଣା କରିଛନ୍ତି ସରକାର..

ମନରେଗା ଯୋଜନା ପାଇଁ ୬୦ହଜାର କୋଟିର ବଜେଟ

• ୫ବର୍ଷରେ ୧କୋଟି ୫୩ଲକ୍ଷ ଘର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗଇଛୁ

• ୨୦୧୪ପୂର୍ବରୁ ଅଢେଇ ଲକ୍ଷ ଘରକୁ ବିଜୁଳି ପହଂଚିନଥିଲା

• ସୌଭାଗ୍ୟ ଯୋଜନାରେ ଆମେ ସବୁ ଘରକୁ ବିଜୁଳି ପହଂଚାଉଛୁ

• ୧୪୩ କୋଟି ଏଲଇଡି ବଲ୍ୱ ଗରୀବଂକ ଘରେ ପହଂଚାଇଛୁ

ସ୍ୱାସ୍ଥ୍ୟ

• ବର୍ତମାନ ଦେଶରେ ୨୧ଟି ଏମ୍ସ କାର୍ଯ୍ୟକାରୀ ଅଛି

• ୨୦୧୪ପରେ ଆମେ ୧୪ଟି ଏମ୍ସ ପ୍ରତିଷ୍ଠା କରିଛୁ

• ୨୨ତମ ଏମ୍ସ ହରିୟାଣାରେ ପ୍ରତିଷ୍ଠା ହେବାକୁ ଯାଉଛି

• ଆୟୁଷ୍ମାନ ଯୋଜନାରେ ୧୦ଲକ୍ଷ ରୋଗୀଙ୍କୁ ମାଗଣା ଚିକିତ୍ସା ଦେଇଛୁ

• ଇତିହାସରେ ପ୍ରଥମ ଥର ୨୨ଟି ଖାଦ୍ୟ ଶସ୍ୟ ଏମଏସପି ବୃଦ୍ଧି ହୋଇଛି

ପିଏମ କିସାନ

• ୨ହେକ୍ଟରରୁ କମ ଜମି ଥିବା ଚାଷୀକୁ ବର୍ଷକୁ ୬ହଜାର ଟଙ୍କା ଯିବ

• ୧୨କୋଟି କୃଷକ ପରିବାରଙ୍କୁ ଏଥିରେ ସିଧା ଲାଭ ମିଳିବ

• ପ୍ରଥମ କିସ୍ତିରେ ୨ହଜାର ଟଙ୍କା ତୁରନ୍ତ ପଠାଇବା ପାଇଁ ଯୋଜନା କରାଯାଉଛି

• ୭୫ହଜାର କୋଟି ଟଙ୍କା ସରକାର ଖର୍ଚ୍ଚ କରିବେ

• ୧ଡିସେମ୍ବର ୨୦୧୮ରୁ ଲାଗୁ ହେବ ପିଏମ କିସାନ ଯୋଜନା

• କୃଷକ ଋଣ ପରିଣାମ ୧୧ଲକ୍ଷ ୬୮ହଜାର କୋଟିରେ ପହଂଚିଛି

ରାଷ୍ଟ୍ରୀୟ କାମଧେନୁ ଆୟୋଗ

• ଗାଈକୁ ନେଇ ବଜେଟରେ ବଡ ଘୋଷଣା

• ଗୋମାତାର ସୁରକ୍ଷା ପାଇଁ ଆସିବ ରାଷ୍ଟ୍ରୀୟ କାମଧେନୁ ଆୟୋଗ

• ସରକାର ଆରମ୍ଭ କରିବେ କାମଧେନୁ ଯୋଜନା

• କାମଧେନୁ ଯୋଜନା ପାଇଁ ୭୫୦କୋଟି ଟଙ୍କା ଖର୍ଚ୍ଚ ହେବ

• ପଶୁପାଳନ ନେଇ ଋଣ ଉପରେ ସୁଧରେ ୨ପ୍ରତିଶତ ରିହାତି

ପ୍ରଧାନମନ୍ତ୍ରୀ ଶ୍ରମଜୀବୀ ମାନଧନ ଯୋଜନାରେ

• ୧୫ହଜାର ଆୟ କରୁଥିବା ବ୍ୟକ୍ତିଙ୍କୁ ଯୋଜନାରେ ଲାଭ

• ମାସିକ ୧୫ହଜାର ଆୟ କରୁଥିବା ଶ୍ରମିକଙ୍କୁ ବୃଦ୍ଧାବସ୍ଥାରେ ମିଳିବ ପେନସନ

• ପ୍ରାୟ ୧୦କୋଟି ଅଣ ସଂଗଠିତ ଶ୍ରମିକଙ୍କୁ ମିଳିବ ଲାଭ

• ଅଣସଂଗଠିତ କ୍ଷେତ୍ରରେ ଶ୍ରମିକଙ୍କ ପାଇଁ ବୃଦ୍ଧାବସ୍ଥା ପେନସନ

• ଶ୍ରମିକଙ୍କ ମୃତ୍ୟୁରେ ୬ଲକ୍ଷ ଟଙ୍କାର ଅନୁକମ୍ପା ରାଶି

• ପ୍ରଧାନମନ୍ତ୍ରୀ ଶ୍ରମଜୀବୀ ମାନଧନ ଯୋଜନାରେ ଲାଭ ପାଇବେ ଶ୍ରମିକ

ମହିଳାଙ୍କ ପାଇଁ

• ଉଜ୍ଜ୍ୱଳା ଯୋଜନାରେ ୮କୋଟି ଗ୍ୟାସ ସଂଯୋଗ ପାଇଁ ଯୋଜନା ରହିଛି

• ବର୍ତମାନ ସୁଦ୍ଧା ୬କୋଟି ଗ୍ୟାସ କନେକସନ ଦିଆଯାଇଛି

• ଗର୍ଭବତୀ ମାନଙ୍କ ପାଇଁ ପିଏମ ମାତୃ ବନ୍ଦନା ଯୋଜନା ଚାଲିଛି

• ୨୬ସପ୍ତାହ ବୃଦ୍ଧି ପାଇଲା

• ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୭୦ପ୍ରତିଶତ ମହିଳା ଋଣ ନେଇ ବ୍ୟବସାୟ କରୁଛନ୍ତି

ପ୍ରତିରକ୍ଷା

• ଓଆରଓପିରେ ୩୫ହଜାର କୋଟି

• ପ୍ରତିରକ୍ଷା ବଜେଟ ୩ଲକ୍ଷ କୋଟି କରାଯାଇଛି

• ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଯୁବବର୍ଗଙ୍କୁ ନିଯୁକ୍ତି ମିଳୁଛି

• ୨୦୨୨ସୁଦ୍ଧା ସମ୍ପୂର୍ଣର୍ ଭାବେ ଦେଶରେ ନିର୍ମିତ ଉପଗ୍ରହ ମହାକାଶକୁ ପଠାହେବ

• ଭାରତ ଉପଗ୍ରହ ଉତକ୍ଷେପଣର ବଡ କେନ୍ଦ୍ର ବନିବ

• ୨୦୧୩ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କ୍ରାନ୍ତିକାରୀ ପରିବର୍ତନ

ରେଳ ଓ ବେସାରିକ ବିମାନ

• ୨୭କିମି ଜାତୀୟ ରାଜପଥ ତିଆରି ହେଉଛି

• ଉଡାନ ଯୋଜନାରେ ଦେଶର ଗରିବ ବିମାନ ଯାତ୍ରା କରୁଛନ୍ତି

• ଦେଶରେ ଆଉ ନାହିଁ ମାନବ ବୀହିନ ରେଳ ଫାଟକ

• ରେଳବାଇର କ୍ଷତି କମାଇବାକୁ ଚେଷ୍ଟା କରାଯାଉଛି

• ପୂର୍ବାଂଚଳ ରାଜ୍ୟ ଗୁଡିକରେ ରେଳସେବା ପହଂଚିଛି

ଡିଜିଟାଲ

• ଦେଶର ଗାଁ ଗୁଡିକୁ ଡିଜିଟାଲ ଗାଁ କରିବାର ଲକ୍ଷ୍ୟ ରହିଛି

• ୧ଲକ୍ଷ ଡିଜିଟାଲ ଗାଁ ତିଆରି କରିବାକୁ ସରକାରଙ୍କ ଲକ୍ଷ୍ୟ

• ଆଗାମୀ ୫ବର୍ଷରେ ଏହି ଲକ୍ଷ ପୂରଣ କରାଯିବ

• ଗତ ୫ବର୍ଷରେ ମୋବାଇଲ ୫୦ପ୍ରତିଶତ ବଢିଛି

ଟିକସ

• ୩୪କୋଟି ଜନଧନ ଖାତା ଖୋଲାଯାଇଛି

• ୨୦୧୪ରେ ଟିକସ ପରିମାଣ ଥିଲା ୬ଲକ୍ଷ ୩୧କୋଟି

• ବର୍ତମାନ ଏହା ୧୨ଲକ୍ଷ କୋଟିରେ ପହଂଚିଛି

• ୨୦୧୪ରେ ଟିକସ ଦାତାଙ୍କ ସଂଖ୍ୟା ୧୩.୭୯କୋଟି

• ବର୍ତମାନ ୬.୮୫କୋଟିରେ ପହଂଚିଛି

• ଗତ ପାଂଚ ବର୍ଷରେ ଏହା ୮୫ପ୍ରତିଶତ ବଢିଛି

• ଅଧିକ ୧କୋଟି ଲୋକ ଆଇଟି ରିଟର୍ଣ୍ଣ ଭରିଛନ୍ତି

• ମିମୁଦ୍ରାକରଣ ପରେ ୧ଲକ୍ଷ ୩୬ହଜାର କୋଟି ଟିକସ ମିଳିଛି

• ନୋଟବନ୍ଦୀ ପରେ ୬ହଜାର ୯ଶହ କୋଟି କଳାଧନ ଜମା ହୋଇଛି

• ବିଦେଶରେ ଗଚ୍ଛିତ ଥିବା କଳାଧନ ୧୬କୋଟି ବ୍ୟାକିଂକ ବ୍ୟବସ୍ଥାକୁ ଫେରିଛି