ବଜେଟ୍ ୨୦୧୮ : କୃଷି ଓ କୃଷକଙ୍କ ଉପରେ ଦିଆଗଲା ଅଧିକ ଗୁରୁତ୍ୱ

19

କନକ ବ୍ୟୁରୋ : ଜେଟଲିଙ୍କ ୨୦୧୮ ହିସାବ ନିକାଶରେ କୃଷି ଓ କୃଷକଙ୍କ ଉପରେ ଗୁରୁତ୍ୱ ଦିଆଯାଇଛି । ୧୧ ଲକ୍ଷ କୋଟିର କୃଷି ଋଣ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଏହା ୧୦ ଲକ୍ଷ କୋଟି ଥିଲା । ୨୦୨୨ ସୁଦ୍ଧା କୃଷକ ଆୟ ଦୁଇଗୁଣ ହେବ । ଖରିଫ ଫସଲରେ ଏମଏସି ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ହେବ । ସବୁ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଦିଆଯିବ । ଜଳସେଚନ ପାଇଁ ୨୬ ଶହ କୋଟିର ପାଣ୍ଠି ବ୍ୟୟ ବରାଦ କରିଛନ୍ତି ଜେଟଲି । କୃଷି ଉତ୍ପାଦନ ବଢିବା କ୍ଷେତ୍ରରେ ଉଦ୍ୟମ ଜାରି ରହିଥିବା କହିଛନ୍ତି ଅର୍ଥମନ୍ତ୍ରୀ । ଦେଶର ଚାଷୀ ଖାଦ୍ୟ ଶସ୍ୟ ଉତ୍ପାଦନ ରେକର୍ଡ କରିଛି । ୨ଶହ ୭୫ ମିଲିୟନ ଟନ ଖାଦ୍ୟଶସ୍ୟ ଉତ୍ପାଦନ ହୋଇଛି ।

କେବଳ ୩୦ କୋଟି ଟନର ଫଳ ଉତ୍ପାଦନ ହୋଇଛି । କୃଷକର କୃଷି ଉତ୍ପାଦନ ବିକିବା ପାଇଁ ୨୨ ହଜାର ହାଟ କରାଯାଇଛି । କୃଷି ବଜାର ପାଇଁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ନୂଆ ଗ୍ରାମୀଣ ବଜାର ଇନେମ ଖୋଲାଯିବ । ଆଳୁ, ଟମାଟୋ ଓ ପିଆଜ ଚାଷୀଙ୍କ ପାଇଁ ଅପେରସନ ଗ୍ରୀନ ଯୋଜନା ଆରମ୍ଭ କରାଯିବ । ଆଳୁ, ଟମାଟୋ ଓ ପିଆଜ ଉତ୍ପାଦନ ବୃଦ୍ଧି ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ୪୨ ମେଗା ଫୁଡ ପାର୍କ କରାଯିବ । ପଶୁପାଳନ ଓ ମତ୍ସଚାଷ ପାଇଁ କିସାନ କ୍ରେଡିଟ କାର୍ଡ ଯୋଗାଇ ଦିଆଯିବ । ଏ ବାବଦକୁ ଦୁଇଟି ଫାଣ୍ଠି ଜରିଆରେ ୧୦ କୋଟି ଖର୍ଚ୍ଚ କରାଯିବ । ବାଉଁଶକୁ ଜଙ୍ଗଲ ଠାରୁ ଅଲଗା କରାଯିବ । କେବଳ ବାଉଁଶ ଜଙ୍ଗଲ ପାଇଁ ୧ ହଜାର ୨ଶହ ୯୦ କୋଟି ଟଙ୍କା ଖର୍ଚ କରାଯିବ ।