ବଜେଟର କିଛି ଭଲ ଓ ଖରାପ ପ୍ରଭାବ : ଜାଣନ୍ତୁ ୧୫ଟି ଫାଇଦା ଓ ୫ଟି କ୍ଷତିର କଥା

37

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗୁରୁବାରକୁ ମୋଦି ସରକାରଙ୍କର ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି । ଏଥିରେ ଆପଣଙ୍କ ପାଇଁ ଅନେକ ଖୁସି ଖବର ସହ ଝଟକା ବି ରହିଛି । ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ ନହେବାରୁ ଚାକିରୀଆଙ୍କୁ ନିଶ୍ଚୟ ଝଟକା ସଦୃଶ ହେବ । କିନ୍ତୁ ସରକାର ୪୦ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନର ଲାଭ ଦେଇ ସେମାନଙ୍କର ନିରାଶକୁ କମ୍ କରିବାର ପ୍ରୟାସ କରିଛନ୍ତି । ଏହାଛଡା ସରକାର କୃଷକ, ଗରିବ ଓ ମଧ୍ୟମ ବର୍ଗ ଲୋକଙ୍କ ପାଇଁ ଅନେକ ସାହାଯ୍ୟ ଘୋଷଣ କରିଛନ୍ତି । ଆସନ୍ତ ଜାଣିବା ଏହି ବଜେଟରେ ୧୫ଟି ଭଲ ଓ ୫ଟି ମନ୍ଦ କଥା –

ବଜେଟର ଭଲ ଦିଗ –
୧ – ନ୍ୟାସନାଲ୍ ହେଲଥ ପ୍ରୋଟେକସନ ସ୍କିମ୍ ( ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ) ଅନୁସାରେ ଏବେ ୧୦ କୋଟି ଗରିବ ପରିବାରଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ( ହେଲଥ ଇନ୍ସୁରାନ୍ସ) ଘୋଷଣା କରିଛନ୍ତି ।
୨ – ଖରିଫ୍ ଫସଲର ନ୍ୟୁନତମ ସମର୍ଥନ ମୂଲ୍ୟରେ ୧.୫ ଗୁଣା ବୃଦ୍ଧି ।
୩- ବରିଷ୍ଠ ନାଗରିକଙ୍କ ପାଇଁ ଏଫଡି ଓ ପୋଷ୍ଟ ଅଫିସ୍ ଡିପୋଜିଟ୍ରେ ( ୫୦,୦୦୦ଟଙ୍କା ଯାଏ) ଟିଡିଏସ୍ ଦିଆଯିବ ନାହିଁ ।
୪ – ରେଳୱେ ପାଇଁ ୧ଲକ୍ଷ ୪୮ ହଜାର କୋଟି ଟଙ୍କାର ଅବଣ୍ଟନ ।୫ -ଟ୍ରାକ୍ , ଗେଜ୍ ବଦଳେଇବା ପାଇଁ ଖର୍ଚ୍ଚ କରାଯିବ ରେଳ ପାଇଁ ଜାରି କରାଯାଇଥିବା ପାଣ୍ଠିର ବଡ ଅଂଶ ।
୬- ମୁଦ୍ରା ଯୋଜନା ଅନୁସାରେ ୩ ଲକ୍ଷ କୋଟି ଟଙ୍କା ର ରାଶି ଲୋନ ଭାବେ ଦିଆଯିବା ଲକ୍ଷ୍ୟ ।
୭ – ଦେଶରେ ୯୯ଟି ସ୍ମାର୍ଟ ସିଟିର ବିକାସ ପାଇଁ ୨.୦୪ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ୧୯,୪୨୮ କୋଟି ଟଙ୍କାର ଆକଳନରେ ୫୦୦ ସହରରେ ପାନୀୟ ଜଳ ର ବ୍ୟବସ୍ଥା କରାଯିବ ।
୮- ବିମାନ ଯାତ୍ରାକୁ ସରଳ ଓ ସୁଗମ କରିବା ପାଇଁ ଏୟାରପୋର୍ଟର ସଂଖ୍ୟା ୫ଗୁଣା କରାଯିବ ।
୯- ୭୦ ଲକ୍ଷ ନୂଆ ରୋଜଗାର ଦେବାର ସରକାରଙ୍କ ଲକ୍ଷ୍ୟ ।
୧୦ – ଇନକମ୍ ଟ୍ୟାକ୍ସରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ଅନୁସାରେ ମିଳିବ ୪୦,୦୦୦ ଟଙ୍କାର ରିହାତି । ଯେତିକି ଦରମା ସେଥିରୁ ୪୦,୦୦୦ ଟକ୍ଟ୍କା କମାଇ ଟାକ୍ସ ଲଗାଯିବ ।
୧୧ – ଉଦ୍ୟୋଗ ଜଗତକୁ ବଡ ଆଶ୍ୱସ୍ତ ମିିଳିଛି । ୨୫୦ କୋଟି ଯାଏ ଟର୍ଣ୍ଣଓଭରର କଂପାନୀଗୁଡିକ ଉପରେ ଲାଗିବ ୨୫ ପ୍ରତିଶତ କର୍ପୋରେଟ୍ ଟାକ୍ସ ।
୧୨ – ଯେଉଁ ବ୍ଲକରେ ଆଦିବାସୀଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ ସ, ସେଠାରେ ଆଦିବାସୀଙ୍କ ପାଇଁ ଆବାସୀୟ ଏକଲବ୍ୟ ସ୍କୁଲର ସ୍ଥାପନା କରାଯିବ । ଏହି ସ୍କୁଲ୍ ନବୋଦୟର ଅନୁସାରେ ଆବାସୀୟ ବିଦ୍ୟାଳୟ ହେବ ।
୧୩ – ୨୫,୦୦୦ରୁ ଅଧିକ ଫୁଟବଲ୍ ଷ୍ଟେସନରେ ସ୍କେଲେଟର୍ସ ଲାଗିବ । ସବୁ ରେଳ ଷ୍ଟେସନ ଏବଂ ଟ୍ରେନକୁ ୱାଇ-ଫାଇ ଓ ସିସିଟିଭି ଦ୍ୱାରା ସଂଯୋଗ କରିବାର ପ୍ରସ୍ତୁତି ।
୧୪ – ଉଜ୍ଜ୍ୱଲା ଯୋଜନା ଅନୁସାରେ ୮କୋଟି ପରିବାରକୁ ମୁକ୍ତ ଏଲପିଜି ଗ୍ୟାସ୍ ସଂଯୋଗ ଦେବାର ଲକ୍ଷ୍ୟ । ଆଜି ସୁଦ୍ଧା ୫କୋଟିର ଲକ୍ଷ୍ୟ ଥିଲା ।
୧୫ – ଗାଁମାନଙ୍କରେ ଇଂଟରନେଟ୍ ର ବିକାଶ ପାଇଂ ୧୦,୦୦୦ କୋଟି ଟଙ୍କା । ଗାଁରେ ହେବ ୫ ଲକ୍ଷ ହଟସ୍ପଟ୍ । ଡିଜିଟାଲ୍ ଇଣ୍ଡିଆ ପ୍ରୋଗ୍ରାମ୍ ପାଇଁ ୩୦୩୭ କୋଟି ଟଙ୍କାର ଆବଣ୍ଟନ ହେବ ।

ବଜେଟର ଖରାପ ଦିଗ –
୧ – ଇନକମ୍ ଟ୍ୟାକ୍ସ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । ମିଡିଲ୍ କ୍ଲାସ୍ କୁ ଟ୍ୟାକ୍ସ ସ୍ଲାବ୍ ରେ ବଦଳେଇବା ବା ରିହାତି ସୀମାରେ ବୃଦ୍ଧିର ଇଚ୍ଛା ଥିଲା ।
୨ – ସରକାର ଆର୍ଥିକ କ୍ଷତିକୁ ୨୦୧୮-୧୯ ପାଇଁ ଜିଡିପିର ୩.୫ ପ୍ରତିଶତ ଯାଏ ବଢାଇବାର ବିକଳ୍ପ ବଛାଯାଇଛି । ଅଧିକ ଆର୍ଥିକ କ୍ଷତି ସରକାରଙ୍କର ବିଶ୍ୱସନୀୟତା ଓ ଏଫଡିଆଇ ଆଦି ପାଇଁ ଠିକ୍ ନୁହେଁ ।
୩ –ବଡ କର୍ପୋରେଟଗୁଡିକ ପାଇଁ ଟ୍ୟାକ୍ସରେ କୌଣସି ହ୍ରାସ ହୋଇନାହିଁ । ଯେଉଁଥିରେ ବେସରକାରୀ ନିବେଶକୁ ଲାଭ ମିଳନ୍ତା । ଏବଂ ଚାକିରିର ସୁଯୋଗ ମଧ୍ୟ ସୃଷ୍ଟି ହୁଅନ୍ତା ।
୪ – କଷ୍ଟମ ଡ୍ୟୁଟି ବଢିବା ପରେ ମୋବାଇଲ୍ , ଟିଭି ମହଙ୍ଗା ହେବ । ଏହାର ସିଧା ପ୍ରଭାବ ସ୍ମାଟ୍ରଫୋନ୍ ଓ ଟିଭି ଉପରେ ପଡିବ ।
୫ – ସରକାର ସ୍ୱାସ୍ଥ୍ୟ , ଶିକ୍ଷା ସେସ୍ କୁ ୧ ପ୍ରତିଶତ ବଢାଇ ୩ପ୍ରତିଶତ ରୁ ୪ପ୍ରତିଶତ କରିଦେଇଛନ୍ତି । ଏହି ବୃଦ୍ଧି ଯୋଗୁଁ ଆପଣଙ୍କୁ ପ୍ରତି ବିଲ୍ ରେ ବୃଦ୍ଧି ଘଟିବ ।

( ସୌଜନ୍ୟ- ନବଭାରତ ଟାଇମ୍ସ)