ଗାନ୍ଧିବାଦୀ ମୋଦି ! କୃଷକଙ୍କ ଆୟକୁ ୫ ବର୍ଷରେ ଦୁଇ ଗୁଣା କରିବାକୁ ମିଶନ୍ ପ୍ରସ୍ତୁତ

32

କନକ ବ୍ୟୁରୋ : ମୋଟିମୋଟି କହିବାକୁ ଗଲେ କେନ୍ଦ୍ର ସରକାର ଗ୍ରାମୀଣ ବିକାଶକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଫୋକସରେ ରହିଛି କୃଷି ଓ କୃଷକ । କୃଷକଙ୍କ ଆୟ ୫ ବର୍ଷରେ ଦୁଇ ଗୁଣା କରିବାକୁ ସରକାର ମିଶନ୍ ପ୍ରସ୍ତୁତ କରିଛନ୍ତି । ଆସନ୍ତା ଆର୍ଥିକ ବର୍ଷରେ ଚାଷୀଙ୍କୁ ୧୦ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦେବାକୁ ବ୍ୟୟବରାଦ କରିଛନ୍ତି ।

ଗାଁର ବିକାଶ ହେଲେ ଦେଶର ବିକାଶ ହେବ । ଗାନ୍ଧୀଙ୍କ ଏ ନାରାକୁ ଆପଣେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେଣୁ ଚଳିତ ବଜେଟରେ ସର୍ୱାଧିକ ଗୁରୁତ୍ୱ ଦେଇଛନ୍ତି ଗ୍ରାମୀଣ ବିକାଶ ଉପରେ । ଆଉ ଏସବୁ ଭିତରେ ଆଗରେ ରହିଛି ଚାଷୀ ଓ ଚାଷ । ସ୍ୱଳ୍ପ ମିଆଦୀରେ ଚାଷୀଙ୍କୁ ୭ପ୍ରତିଶତ ସୁଧ ହାରରେ ବାର୍ଷିକ ୩ଲକ୍ଷ ଟଙ୍କା ଋଣ ଦିଆଯିବ । ଠିକ୍ ସମୟରେ ଋୁଣ ପରିଶୋଧ କଲେ ୩ପ୍ରତିଶତ ସୁଧ ଛାଡ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ଚାଷୀଙ୍କୁ ସହଜରେ ଋଣ ଦେବାକୁ ନାବାର୍ଡ ଓ ଋଣ ପ୍ରଦାନକାରୀ ସଂସ୍ଥା ଗୁଡିକୁ ଆହୁରି ବ୍ୟବସ୍ଥିତ କରିବାକୁ ଜୋର୍ ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଏହାବାଦ୍

-କୃଷିବିଜ୍ଞାନ କ୍ଷେତ୍ରରେ ୧୦୦ ନୂଆ ଲ୍ୟାବ ନିର୍ମାଣ

– ଜଳସେଚନ ପ୍ରକଳ୍ପ ପାଇଁ ୩୦ରୁ ୪୦ହଜାର କୋଟି ଟଙ୍କା ବ୍ୟୟ ବରାଦ୍

-ମାଇକ୍ରୋ ଇରିଗେସଦରେ ୫ହଜାର କୋଟି ଟଙ୍କା ବ୍ୟୟ ବରାଦ୍ ପ୍ରସ୍ତାବ

– ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାବଦରେ ୯ ହଜାର କୋଟି ଟଙ୍କା ବ୍ୟୟବରାଦ

-ଫସଲବୀମା ଏବେ ୩୦ ପ୍ରତିଶତ ବଦଳରେ ୪୦ ପ୍ରତିଶତ ହେବ

-ଆସନ୍ତା ଆର୍ଥିକ ବର୍ଷରେ ଫସଲବୀମାକୁ ୪୦ରୁ ୫୦ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ

– କନଟ୍ରାକ୍ଟ ଫାର୍ମିଂ ମଡେଲ ଲାଗୁ ପାଇଁ ପ୍ରସ୍ତାବ

-ଦୁଗ୍ଧ ଉତ୍ପାଦନ କେନ୍ଦ୍ର ଖୋଲିବାକୁ ପ୍ରୋତ୍ସାହନ

– ଡାଏରୀ କ୍ଷେତ୍ରର ବିକାଶ ପାଇଁ ୮ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।