ନିଶାସେବନକାରୀଙ୍କୁ ନାଲିଆଖି ! ମହଙ୍ଗା ହେବ ସିଗାରେଟ୍ ଓ ଗୁଟଖା

36

କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୭-୧୮ର ବଜେଟ ଆଗତ କରିଛନ୍ତିି । ନଜର ପକାନ୍ତୁ ଏହି ବଜେଟ ଆପଣଙ୍କ ପକେଟ ଉପରେ କିପରି ପ୍ରଭାବ ପକାଇବ ।

ଶସ୍ତା ହେବ ଅନ୍ ଲାଇନ୍ ରେଳ ଟିକେଟ୍ । ଏଲଇଡି ଲ୍ୟାମ୍ପ, ସୋଲାର ପ୍ୟାନେଲ୍, ମୋବାଇଲ୍ ପ୍ରିଂଟେଡ ସର୍କିଟ ବୋର୍ଡ, ମାଇକ୍ରୋ ଏଟିଏମ୍, ଫିଙ୍ଗର ପ୍ରିଂଟ ମେସିନ୍, ଓ ଆଇରିସ୍ ସ୍କାନର ଶସ୍ତା ହେବ ।

ସେହିପରି ତମାଖୁ ଜାତୀୟ ଦ୍ରବ୍ୟ ଉପରେ ମହଙ୍ଗା ମାଡ ହୋଇଛି । ସିଗାରେଟ୍, ଗୁଟଖା, ବିଡି, ପାନମସଲା, ମହଙ୍ଗା ହେବ । ରୂପା କଏନ୍, ୱାଟର ଫିଲଟର , ବିଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ  ଓ କାଜୁ ଦର ବୃଦ୍ଧି ହେବ । ଏହା ସହିତ ଦାମି କାର ଆହୁରି ମହଙ୍ଗା ହେବ । ୧ ପ୍ରତିଶତ ଟିକସ ବୃଦ୍ଧି ପାଇଛି । ୧୦ଲକ୍ଷରୁ ଅଧିକ ମୂଲ୍ୟର କାର ମହଙ୍ଗା ହେବ ।

ଡିଜେଲ ଗାଡି ଉପରେ ୨ ଦଶମିକ୍ ୫ ପ୍ରତିଶତ ଟିକସ ବୃଦ୍ଧି କରାଯାଇଛି । ବିଡି ବ୍ୟତୀତ ସମସ୍ତ ତମାଖୁ ଜାତୀୟ ଦ୍ରବ୍ୟ ଉପରେ ଏକ୍ସସାଇଜ୍ ଡ୍ୟୁଟି ବଢ଼ିଛି । ତମାଖୁ ଉପରେ ୧୫ ପ୍ରତିଶତ ଟିକସ ବୃଦ୍ଧି କରାଯାଇଛି । ଏଣିକି ସିଗାରେଟ୍ ଓ ସିଗାର ମହଙ୍ଗା ହେବ । ସୁନା ଓ ହୀରା ଗହଣା କିଣିଲେ ମଧ୍ୟ ଅଧିକ ଦାମ ଦେବାକୁ ପଡିବ । କୋଇଲା ଓ ବ୍ରାଣ୍ଡେଡ୍ ପୋଷାକ ଦର ମଧ୍ୟ ବୃଦ୍ଧି ପାଇବ ।