ବଜେଟ୍- ୨୦୧୭ ! ବଜେଟ୍ ଉପସ୍ଥାପନ ଟଳିବା ନେଇ ଆଶଙ୍କା

27

କନକ ବ୍ୟୁରୋ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଇ ଅହମ୍ମଦଙ୍କ ନିଧନ ପରେ ବଜେଟ ଟଳିବା ଆଶଙ୍କା ରହିଛି । ଏନେଇ ଆଜି ଦିନ ୧୦ଟାରେ ସର୍ବଦଳୀୟ ବୈଠକ ବସିବ । ସମସ୍ତ ଦଳର ମତାମତ ନେବା ପରେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ନିଷ୍ପତି ନେବେ ଆଜି ଗୃହ ଚାଲିବ ନା ନାହିଁ ।

ବିଶେଷ ସୂତ୍ରରୁ ସୂଚନା ମିଳିଛି କଂଗ୍ରେସ ଦିବଙ୍ଗତ ନେତାଙ୍କ ନିଧନ ଯୋଗୁଁ ଆଜି ବଜେଟ ଉପସ୍ଥାପନ ଟାଳିଦେବା ସପକ୍ଷରେ ରହିଛି । ଅନ୍ୟପଟେ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର କହିଛନ୍ତି, ସରକାର ବଜେଟ ଉପସ୍ଥାପନ କରିବାକୁ ପ୍ରସ୍ତୁତ ଅଛନ୍ତି । ତେବେ ଏନେଇ ଚୂଡାନ୍ତ ନିଷ୍ପତି ଲୋକସଭା ବାଚସ୍ପତି ନେବେ ।