ରାଜଧାନୀରେ ଭାଇରାଲ୍ ଭିଡିଓ ଘଟଣାରେ ନୂଆ ମୋଡ ! ସାମ୍ନାକୁ ଆସିଲା ଆଉ ଜଣେ ଯୁବତୀଙ୍କ ଆପତିଜନକ ଫଟୋ

77

କନକ ବ୍ୟୁରୋ : ଭୁବନେଶ୍ୱର ବୁଦ୍ଧପାର୍କରେ ଯୁବକଙ୍କୁ ଯୁବତୀ ମାଡ ମାରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ଏହା ପ୍ରତିଦିନ ଭିନ୍ନ ଭିନ୍ନ ମୋଡ ନେଉଛି । ଗତକାଲି ଜଣେ ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ ହୋଇଥିବା ବେଳେ ଆଜି ଅନ୍ୟ ଜଣଙ୍କର ନଗ୍ନ ଫଟୋ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ତେବେ ଏହି ସେଲଫି ମୋଡରେ ଥିବା ଫଟୋଗୁଡିକ କିଏ ଭାଇରାଲ କରୁଛି, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।

ତେବେ ଏହା ଭିତରେ ଯୁବତୀ ଜଣକ ଗଣମାଧ୍ୟମକୁ ସାମ୍ନା କରିଛନ୍ତି । କହିଛନ୍ତି ଏହି ଭାଇରାଲ ଫଟୋ ମୋର ନୁହେଁ । କିନ୍ତୁ ଭାଇରାଲ କରିଥିବା ବ୍ୟକ୍ତିଙ୍କୁ ମୁଁ କାଠଗଡାକୁ ଟାଣିବି ।

କିଏ ଏହି ଫଟୋ ସବୁକୁ ଭାଇରାଲ କରୁଛି ? ଫଟୋ ଭାଇରାଲ ପଛର ଉଦ୍ଦେଶ୍ୟ କଣ ? ନିଜେ ଯୁବତୀ ନା ଯୁବକ ? ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୁଲିସ । ଘଟଣାକୁ ୧୦ଦିନରୁ ଅଧିକ ବିତି ଯାଇଥିଲେ ବି ଏପାବତ କୌଣସି ପଦକ୍ଷପ ନେଇ ପାରିନି ପୁଲିସ । ତେବେ ପୁଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜିବି ।

ମହିଳା ଥାନା ଓ ଚନ୍ଦ୍ରଶେଖରପୁର ଥାନା ଏହି ଘଟଣାରର ତଦନ୍ତ କରୁଛନ୍ତି । ହେଲେ ବୁଦ୍ଧପାର୍କରୁ ଭିଡିଓ କିଏ ଭାଇରାଲ କଲା ତାକୁ ଏଯାବତ ପୁଲିସ ତାକୁ ଠାବ କରିପାରିନି । ପ୍ରତିଦିନି ଜଣକ ପରେ ଜଣେ ଯୁବତୀଙ୍କ ନଗ୍ନ ଫଟୋ ଭାଇରାଲ ହେଉଛି ।