ଆଜି ଉଦଯାପନ ହେବ ବୌଦ୍ଧ ଜିଲ୍ଲା ମହୋତ୍ସବ ୨୦୧୮ : ଚତୁର୍ଥ ସନ୍ଧ୍ୟାରେ କଳାକାରଙ୍କ ନାଚ ଗୀତରେ ଦୁଲୁକିଲା ମଂଚ

60

କନକ ବ୍ୟୁରୋ :  ଓଡିଶୀ ନୃତ୍ୟରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ । ଅବସର ଥିଲା ବୌଦ୍ଧ ଜିଲ୍ଲା ମହୋତ୍ସବର ଚତୁର୍ଥ ସନ୍ଧ୍ୟା । ଓଡିଶୀ ନୃତ୍ୟ ପରେ ପରେ ଦେଖିବାକୁ ମିଳିଥିଲା ଅନୁଗୁଳର ସମ୍ବଲପୁରୀ ନୃତ୍ୟ । ଆଉ ଏହା ପରେ ଦର୍ଶକଙ୍କ ମନ ମୋହିଥିଲା ସୋନପୁରର ପଂଚରସୀ ଲୋକନୃତ୍ୟ । କୋଲକାତାର ବେଙ୍ଗଲୀ ଲୋକ ନୃତ୍ୟରେ ବି ଝୁମିଥିଲେ ଦର୍ଶକ । ଅନ୍ୟପଟେ ଏମିତି ଏକ ମଂଚରେ କଳା ପ୍ରଦର୍ଶନ କରି ଅନେକ କିଛି ଶିଖିବାକୁ ମିଳିଛି ବୋଲି କହିଛନ୍ତି କଳାକାର ।

ବୌଦ୍ଧ ମହୋତ୍ସବ ୨୦୧୮ ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଥିଲେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ । ପ୍ରଦୀପ ଜାଳି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଅତିଥିମାନେ । ଆଉ ଏହା ପରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାରଙ୍କ ନୃତ୍ୟସଂଗୀତରେ ଦୁଲୁକି ଥିଲା ମୁକ୍ତାକାଶ ରଙ୍ଗମଂଚ । ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ବୌଦ୍ଧ ମହୋତ୍ସବକୁ ସଂସ୍କୃତିର କେନ୍ଦ୍ର ସ୍ଥଳ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି କହିଛନ୍ତି ମନ୍ତ୍ରୀ ।

ଶୀତୁଆ ସନ୍ଧ୍ୟାରେ ବୌଦ୍ଧ ମହୋତ୍ସବର ମନଲୋଭା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ବିଳମ୍ବିତ ରାତି ଯାଏ ନାଚ ଗୀତର ମଜା ଉଠାଇଥିଲେ ଦର୍ଶକ ।