ଟକ୍କର୍ ପାଇଁ ଅଫର୍ ! ୧୪୯ ଟଙ୍କାରେ ବିଏସଏନଏଲର ମାଗଣା ଭଏସ୍ କଲ୍

40

ଦେଶର ଅଗ୍ରଣୀ ଟେଲିକମ୍ କଂପାନୀ ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ଏବେ ଅନ୍ୟାନ୍ୟ କମ୍ପାନୀ ମଧ୍ୟ ନିଜ ନିଜ ମଧ୍ୟରେ ରୀତିମତ୍ ପ୍ରତିଯୋଗୀତା ଆରମ୍ଭ କରି ଦେଇଛନ୍ତି । ଆଉ ଏଥିରୁ ବାଦ ପଡିନି ବିଏସଏନଏଲ୍ । ଖୁବ୍ ଶୀଘ୍ର ବିଏସଏନଏଲ୍ ନିଜ ଉପଭୋକ୍ତାଙ୍କ ପାଇଁ ଲଞ୍ଚ୍ କରିବାକୁ ଯାଉଛି ଏକ ଦମଦାର୍ ଅଫର୍ । ମାତ୍ର ୧୪୯ ଟଙ୍କା ରିଚାର୍ଜ କରି ଉପଭୋକ୍ତା ପାଇପାରିବେ ଅସୀମିତ ଲୋକାଲ୍ ଓ ଏସଟିଡି ଭଏସ୍ କଲ୍ । ଯାହର ବୈଧତା ରହିଛି ୧ ମାସ । ଏହା ସହ ମିଳିବ ୩୦୦ଏମବି ଡାଟା ପ୍ୟାକ୍ । ତେବେ ଏହି ଅଫର୍ ଜାନୁଆରୀ ୧ରେ ଲଂଚ୍ ହେବ ।