ଆଉ ରହିବନି ଇଣ୍ଟରନେଟ ଚିନ୍ତା, ଯେଉଁଠି ବି ଯିବେ ମିଳିବ ୱାଇଫାଇ ସୁବିଧା : ଜାଣନ୍ତୁ କେଉଁ କମ୍ପାନୀ ଯୋଗାଇବ ୧ ଲକ୍ଷ ହଟ-ସ୍ପଟ

33

ସର୍ବସାଧାରଣ କ୍ଷେତ୍ରରେ ଟେଲିକମ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ(ବିଏସଏନଏଲ) ଆଣିଛି ଏକ ବିଶେଷ ଯୋଜନା । ୨୦୧୮ ବର୍ଷ ଶେଷ ପର୍ଯ୍ୟନ୍ତ ଦେଶ ସାରା ଲଗାଇବ ୧ ଲକ୍ଷ ୱାଇଫାଇ ସ୍ପର୍ଟ । ଏହି ୱାଇଫାଇ ନେଟୱର୍କ କମ୍ପାନୀର ଅଂଶୀଦାର ମାନଙ୍କ ସହ ରାଜସ୍ୱ ଅଂଶ ବ୍ୟତୀତ ବିଏସଏନଏଲର ନିଜସ୍ୱ ପୁଞ୍ଜି ବ୍ୟୟର ମୋଡେଲ ଆଧାରରେ ଲଗାଯିବ । ବିଏସଏନଏଲର ଅଧ୍ୟକ୍ଷ ଏବଂ ପ୍ରବନ୍ଧକ ନିର୍ଦ୍ଦେଶକ ଅନୁପମ ଶ୍ରୀବାସ୍ତବ ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ଯେ ପାଖାପଖି ୧୮,୦୦୦ ୱାଇଫାଇ ସ୍ପଟର ନିର୍ମାଣ ପୂର୍ବରୁ ହିଁ କରାଯାଇଛି ।

ବିଏସଏନଏଲ ବୁଧବାର ଦିନ ଗୁଜରାଟର ବଲସାଡ ଜିଲ୍ଲାର ଉଦାୱାଡା ଗ୍ରାମରେ କ୍ୱାଡଜେନ କମ୍ପାନୀ ସହ ଅଂଶୀଦାରରେ ମାଗଣା ୱାଇଫାଇ ସେବାର ଆରମ୍ଭ କରିଛି । ଏହି ଗ୍ରାମକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ସ୍ମୃତି ଇରାନୀ ସଂସଦ ଆଦର୍ଶ ଗ୍ରାମ ଯୋଜନା ଅଧିନରେ ଗ୍ରହଣ କରିଛନ୍ତି । ଏହି ସୁଯୋଗରେ ସ୍ମୃତି ଇରାନୀ କହିଛନ୍ତି ଯେ ଏହି ଗ୍ରାମରେ ଆରମ୍ଭ ହେଉଥିବା ୱାଇଫାଇ ସେବାର ସୁବିଧା ଗାଁ ଆଖପାଖ ଅଂଚଳକୁ ବି ମିଳିବ । ଏହି ଗ୍ରାମର ଜନସଂଖ୍ୟା ୬୦୦୦ ।

ଏହି ଯୋଜନାର ପ୍ରାରମ୍ଭରେ ଦୂରସଂଚାର ମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି କି ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଜରିଆରେ ଦେଶରେ ଉଚିତ ମୂଲ୍ୟରେ ଡାଟା ଓ ଭଏସ କଲ ସେବା ଉପଲବ୍ଧ ହେବ । ଆଜିକାଲି ଆମେରିକା ଓ ଚୀନ ମିଶି ଯେତେ ଡାଟା ବ୍ୟବହାର କରୁଛନ୍ତି, ତା’ଠାରୁ ଅଧିକ ଭାରତରେ ହେଉଛି ।