ବିଏସଏନଏଲ ମୋବାଇଲ ସେବା ସ୍ୱାଭାବିକ ହେବା ପାଇଁ ଆହୁରି ୨ ଦିନ ! ୨ ଦିନରେ ୩୦ ଲକ୍ଷ ହେଲାଣି କ୍ଷତି

837

କନକ ବ୍ୟୁରୋ : ଆଉ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ବିଏସ୍ଏନ୍ଏଲ୍ ମୋବାଇଲ୍ ସେବା ସ୍ୱାଭାବିକ ହେବ। ବ୍ରଡବ୍ୟାଣ୍ତ ଇଣ୍ଟରନେଟ୍ ସୁବିଧା ମଧ୍ୟ ଖୁବଶୀଘ୍ର ଉପଲବ୍ଧ ହେବ। କିନ୍ତୁ ଲ୍ୟାଣ୍ତଲାଇନ୍ ସେବା ସ୍ୱାଭାବିକ ହେବାକୁ ଆହୁରି ତିନିଦିନ ଲାଗିପାରେ ବୋଲି ବିଏସ୍ଏନ୍ଏଲର ବଜ୍ରକବାଟି ଶାଖାର ମହାପ୍ରବନ୍ଧକ ହରିଶ୍ଚନ୍ଦ୍ର ମହାନ୍ତି ସୂଚନା ଦେଇଛନ୍ତି। ତେବେ କାର୍ଯ୍ୟାଳୟରେ ହୋଇଥିବା ଅଗ୍ନିକାଣ୍ତରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିଲେ ବି ଲକ୍ଷାଧିକ ଟଙ୍କାର ରାଜସ୍ବ ହାନୀ ହୋଇଥିବା କୁହାଯାଇଛି। ଦିନକୁ ହାରାହାରି ୧୫ଲକ୍ଷ ଟଙ୍କାର ରାଜସ୍ବ ଆୟ ହେଉଥିବାବେଳେ ଏବେ ଦୁଇ ଦିନରେ ପ୍ରାୟ ୩୦ଲକ୍ଷ ରାଜସ୍ବ କ୍ଷତି ହୋଇଥିବା ସୂଚନା ଦିଆଯାଇଛି।

ଶ୍ରୀ ମହାନ୍ତିଙ୍କ ସୂଚନା ଅନୁଯାୟୀ, ସଟ୍ ସର୍କିଟ୍ ଦ୍ୱାରା ବିଦ୍ୟୁତ ସ˚ଯୋଗରେ କେବଳ ବାଧା ସୃଷ୍ଟି ହୋଇଛି। ପାୱାର କେବୁଲ୍ ଗୁଡିକ ପୋଡ଼ି ଯାଇଛି। ପାୱାର ପ୍ଲାଣ୍ଟରୁ ଆସିଥିବା ଯେଉଁ କେବୁଲ ଗୁଡ଼ିକ ପୋଡ଼ି ଯାଇଥିଲା, ସେଥିମଧ୍ୟରୁ ଅଧିକା˚ଶକୁ ବଦଳାଯାଇ ସାରିଛି। ହେଲେ ଅଧିକ ଦୂର ସ୍ଥାନ ପର୍ଯ୍ୟନ୍ତ ଯୋଗାଯୋଗ ହେଉଥିବା ଜିଲ୍ଲାମାନେ ଅଧିକ ସମୟ ପର୍ଯ୍ୟନ୍ତ ପ୍ରଭାବିତ ହେବେ। କଟକରୁ ଜଗତସି˚ହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ ପର୍ଯ୍ୟନ୍ତ ମୋବାଇଲ ସେବା ବନ୍ଦ ରହିଛି। ପାୱାର ଅନ୍ କରାଯାଇଛି। ହେଲେ ନେଟ୍ଵକ୍ ଯୋଗାଯୋଗ ହେଲାବେଳକୁ ରବିବାର ସ˚ଧୢା କିମ୍ବା ସୋମବାର ପ୍ରଥମାର୍ଧସୁଦ୍ଧା ସମାଧାନ ହୋଇଯିବ। କିନ୍ତୁ ଲ୍ୟାଣ୍ତ ଲାଇନ୍ କାର୍ୟ୍ୟ ସ୍ବଭାବିକ ହେବାକୁ ଅଧିକ ଦିନ ଲାଗିବ ବୋଲି କୁହାଯାଇଛି।ନେଟୱାର୍କ ଆସିବା ବେଳକୁ ଆଜି ସନ୍ଧ୍ୟା କିମ୍ବା ସୋମବାର ସକାଳ ହୋଇଯିବ ବୋଲି ଶ୍ରୀମହାନ୍ତି କହିଛନ୍ତି । କିନ୍ତୁ ଲ୍ୟାଣ୍ଡଲାଇନ ସ୍ୱାଭାବିକ ହେବାକୁ ଅଧିକ ସମୟ ଲାଗିବ ବୋଲି ସୂଚନା ମିଳିଛି ।