ଶସ୍ତା ହେଲା ବିଏସଏନଏଲର ପ୍ରିପେଡ ପ୍ଲାନ । ସୀମିତ ସମୟ ପାଇଁ ଅଫର ଦେଇଛି କମ୍ପାନି, ଜାଣନ୍ତୁ କାହାକୁ ମିଳିବ ଏହି ସୁବିଧା ।

1,956

ୟୁଜର୍ସଙ୍କ ପାଇଁ ନୂଆବର୍ଷରେ ନୂଆ ଅଫର ଆଣିଲା ବିଏସଏନଏଲ । ନୂଆବର୍ଷରେ ନୂଆ ରଣନୀତି ସହ ଆସିଛି ବିଏସଏନଏଲ । ଯେତେବେଳେ ଅନ୍ୟ ଟେଲିକମ କମ୍ପାନି ନୂଆ ନୂଆ ଟ୍ୟାରିଫ୍ ପ୍ଲାନ ଲଞ୍ଚ କରୁଛନ୍ତି ସେତେବେଳେ ବିଏସଏନଏଲ ନିଜର ପୁରୁଣା ଟ୍ୟାରିଫ୍ ପ୍ଲାନର ଦର କମାଇଛି । ନୂଆ ପ୍ରିପେଡ ପ୍ଲାନ ଅଫର ଅନୁଯାୟୀ, ୧୩୧୨ ଟଙ୍କାରେ ମିଳୁଥିବା ଟ୍ୟାରିଫ ପ୍ଲାନ ୧୧୧୧ ଟଙ୍କାରେ ପାଇପାରିବେ ୟୁଜର୍ସ । ଯାହାର ଅବଧି ୩୬୫ ଦିନ ରହିବ । ଏହି ପ୍ଲାନରେ ଭଏସ କଲିଂ ସହ ଡାଟାର ମଧ୍ୟ ସୁବିଧା ପାଇପାରିବେ ୟୁଜର୍ସ । ବିଏସଏନଏଲର ଏହି ନୂଆ ପ୍ଲାନରେ ୧୨ ଜିବି ଡାଟା ପାଇପାରିବେ ଗ୍ରାହକ ।

ବିଏସଏନଏଲର ଏହି ଟ୍ୟାରିଫ୍ ପ୍ଲାନ ଖାସିକରି ଅଧିକା କଲ କରୁଥିବା ୟୁଜର୍ସଙ୍କୁ ବଡ ଫାଇଦା ଦେବ । କାରଣ ଏହି ପ୍ଲାନରେ ପ୍ରତିଦିନ ୨୫୦ ମିନିଟର କଲିଂ ସୁବିଧା ସହ ୧୦୦ ଏସଏମଏସ ମଧ୍ୟ ପାଇପାରିବେ ବ୍ୟବହାରକାରୀ । ତେବେ ବିଏସଏନଏଲର ଏହି ସୁବିଧା କେବଳ ତେଲେଙ୍ଗାନା ସର୍କଲ ପାଇଁ ଉପଲବ୍ଧ ଅଛି ।  ୧୪ ଜାନୁଆରୀରୁ ୧୭ ଜାନୁଆରୀ ମଧ୍ୟରେ ଏହି ନୂଆ ପ୍ଲାନ ପାଇପାରିବେ ଗ୍ରାହକ ।

ଏହାଛଡା ବିଏସଏନଏଲର ୧୬୯୯ ଟଙ୍କିଆ ପ୍ଲାନ ମଧ୍ୟ ଉପଲବ୍ଧ ରହିଛି । ଯାହାର ବୈଧତା ୩୬୫ ଦିନ ଥିବା ବେଳେ ଏଥିରେ ପ୍ରତିଦିନ ୨ ଜିବି ଡାଟା ପାଇପାରିବେ ବ୍ୟବହାରକାରୀ । ଏହାଛଡା ପ୍ରତିଦିନ ୨୫୦ ମିନିଟର କଲିଂ ସୁବିଧା ସହ ୧୦୦ଟି ଏସଏମଏସର ଫାଇଦା ପାଇପାରିବେ ଗ୍ରାହକ ।