ଇଦ୍ ଉପଲକ୍ଷେ ବିଏସଏନଏଲର ମନଲୋଭା ଅଫର ! ଗ୍ରାହକଙ୍କ ପାଇଁ ଆଣିଛି ୭୮୬ ଟଙ୍କିଆ ଯୋଜନା

69

ରମଜାନ୍ ଓ ଇଦର ଖାସ ଅବସରରେ ଗୋଟିଏ ପରେ ଗୋଟିଏ ଟେଲିକମ୍ କମ୍ପାନୀ ଗ୍ରାହକଙ୍କ ପାଇଁ ଆଣିଛନ୍ତି ମନଲୋଭା ଅଫର । ପ୍ରଥମେ ଭୋଡ଼ାଫୋନ ଓ ଏୟାରସେଲ୍ ଗ୍ରାହକଙ୍କ ପାଇଁ ୭୮୬ ଟଙ୍କିଆ ଯୋଜନା ଆଣିଥିଲେ ଓ ଏବେ ଭାରତ ସଞ୍ଚାର ନିଗମ ଲିମିଟେଡ଼ (ବିଏସଏନଏଲ) ଦୁଇଟି ନୂଆ ପ୍ରିିପେଡ଼ ଯୋଜନା ପ୍ରସ୍ତୁତ କରିଛି । ଏଥିରୁ ଗୋଟିଏ ଯୋଜନା ୭୮୬ ଟଙ୍କାର ଓ ଅନ୍ୟଟି ୫୯୯ ଟଙ୍କାର ବୋଲି ସୂଚନା ମିଳିଛି ।

୭୮୬ ଟଙ୍କା ଓ ୫୯୯ ଟଙ୍କା ଯୋଜନାର ଲାଭ –
୭୮୬ ଟଙ୍କିଆ ଯୋଜନାରେ ଗ୍ରାହକ ୯୦ ଦିନ ପର୍ଯ୍ୟନ୍ତ କୌଣସ ବି ନେଟୱର୍କକୁ ମାଗଣାରେ ଭଏସ କଲିଂ କରିପାରିବେ ଓ ଗ୍ରାହକ ଏହି ଯୋଜନାରେ ୩ ଜିବି ଡ଼ାଟା ମଧ୍ୟ ପାଇପାରିବେ । ଏହାସହ ୫୯୯ ଟଙ୍କିଆ ଯୋଜନାରେ ୭୮୬ ଟଙ୍କାର ଟକଟାଇମ୍ ସହ ୫୦୭ ଟଙ୍କାର ମେନ୍ ବାଲାନ୍ସ ମିଳିବ । ଏହାସହ ଏହି ଯୋଜନାରେ ବûଲାନ୍ସ ଡେଡ଼ିକେଟେଡ଼ ଆକାଉଂଟରେ ୨୭୯ ଟଙ୍କାର ବାଲାନ୍ସ ମିଳିବ, ଯାହାର ବୈଧତା ୩୦ ଦିନ ପର୍ଯ୍ୟନ୍ତ ରହିବ ।

ଏପଟେ ଏହି ଯୋଜନା ଅନୁସାରେ ଗ୍ରାହକଙ୍କୁ ବିଏସଏନଏଲ୍ ନେଟୱର୍କକୁ ୧୦ ଟି ମେସେଜ୍ ମଳିବ ଯାହାର ବୈଧତା ୩୦ ଦିନ ପର୍ଯ୍ୟନ୍ତ ରହିବ । ଏହି ଦୁଇ ଯୋଜନା ୩୦ ଜୁନ୍ ଭିତରେ ହିଁ ନେବାକୁ ପଡ଼ିବ । ଏହି ଦୁଇ ଯୋଜନାର ଲାଭ ଆପଣ ଅନଲାଇନ୍ କିମ୍ବା ଅଫଲାଇନ୍ ଜରିଆରେ ଉଠାଇପାରିବେ । ସୂଚନା ଅନୁସାରେ କିଛି ଦିନ ପୂର୍ବରୁ ବିଏସଏନଏଲ୍ ୪୪୪ ଟଙ୍କାର ଯୋଜନା ଆଣିଥିଲା, ଯେଉଁଠି ୩୬୦ ଜିବି ପର୍ଯ୍ୟନ୍ତ ୩ଜି ଡ଼ାଟା ମଳିୁଛି ।

                  ସୌଜନ୍ୟ – ଅମର ଉଜାଲା 

ଏହାସହ ପଢ଼ନ୍ତୁ –ଜିଓକୁ ଟକ୍କର ଦେବାକୁ ଭୋଡାଫୋନର ନୂଆ ରଣନୀତି ! ଗ୍ରାହକଙ୍କ ପାଇଁ ଆଣିଦେଲା ମନଲୋଭା ଅଫର୍