ବିଏସଏନଏଲ୍ ଲଞ୍ଚ କଲା ଅଲଟ୍ରାଫାଷ୍ଟ ବ୍ରଡ଼ବ୍ୟାଣ୍ଡ ସେବା ! ମିଳିବ ୧,୦୦୦ଏମବିପିଏସ ଇଣ୍ଟରନେଟ୍ ବେଗ

59

ଭାରତ ସଞ୍ଚାର ନିଗମ ଲିମିଟେଡ଼୍ (ବିଏସଏନଏଲ) ଶୁକ୍ରବାର ପୁରା ଦେଶରେ ଅପ୍ଟିକାଲ ଟ୍ରାନ୍ସପୋର୍ଟ ନେଟୱର୍କ ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ଉଦ୍ଦେଶ୍ୟରେ ଏହି ସେବା ଆରମ୍ଭ କରାଯାଇଛି । ଏହା ଦ୍ୱାରା ବିଏସଏନଏଲ୍ ୧୦୦୦ ଏମବିପିଏସ୍ ଡାଉନୋଲାଡ଼ ବେଗର ବ୍ରଡ଼ବ୍ୟାଣ୍ଡ କନେକ୍ସନ ଉପଲବ୍ଧ କରାଇ ପାରିବ ।

ଟେଲିକମ୍ ମନ୍ତ୍ରୀ ମନୋଜ ସିହ୍ୱା ଏହି ସେବାକୁ ଲଂଚ କରି କହଛନ୍ତି, ବିଏସଏନଏଲ ନିଜର ଅପଗ୍ରେଡ଼ ନେଟୱର୍କ ଜରିଆରେ ଆଧୁନିକ ଜ୍ଞାନକୌଶଳରେ ଅଧାରିତ ଅଲଟ୍ରା ଫାଷ୍ଟ ବ୍ରଡ଼ବ୍ୟାଣ୍ଡ ସେବା ଦେଶରେ ଉପଲବ୍ଧ କରାଇବ । ବିଏସଏନଏଲ ଏବେ ପ୍ରତି ସେକେଣ୍ଡରେ ୧୦୦ ମେଗା ବାଇଟ ଫାଇବର ହୋମ ନେଟୱର୍କ ସହ ଫାଷ୍ଟ ଡାଉନଲୋଡ଼ ବ୍ରଡ଼ବ୍ୟାଣ୍ଡ ସେବାର ଆରମ୍ଭ କରିଛି ।

ଶ୍ରୀ ସିହ୍ନା ଏହି ପ୍ରଣାଳୀକୁ ଉଦଘାଟନ କରିବା ସମୟରେ କହିଥିଲେ, କି ସରକାର ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ୨,୫୦,୦୦୦ ଗ୍ରାମ ପଞ୍ଚାୟତରେ ବ୍ରଡ଼ବ୍ୟାଣ୍ଡ ସେବା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଏବେ ପର୍ଯ୍ୟନ୍ତ ଦେଶରେ ୧,୦୦,୦୦୦ ଗାଁରେ ଅପ୍ଟିକାଲ ଫାଇବର ବ୍ରଡ଼ବ୍ୟାଣ୍ଡ ସେବା ଆରମ୍ଭ ହୋଇଯାଇଛି ।

ନୂଆ ରୂପରେ ଆରମ୍ଭ ହୋଇଥିବା ୧୦୦ ଗିଗାବାଇଟ୍ ଅପ୍ଟିକାଲ ଟ୍ରାନ୍ସପୋର୍ଟ ନେଟୱର୍କ, କେନ୍ଦ୍ରୀୟ ପ୍ରକଳ୍ପ ଯେପରି ଭାରତନେଟ୍, ସ୍ୱାନ, ଏନକେଏନ ଆଦିରେ ସାହାଯ୍ୟ କରିବ । ବିଏସଏନଏଲ୍ ୪୪ ସହରରେ ଅପ୍ଟିକାଲ ଟ୍ରାନ୍ସପୋର୍ଟ ନେଟୱ୍ୱର୍କ ଜ୍ଞାନକୌଶଳର ଯୋଜନାକୁ ସଫଳତାପୂର୍ବକ ଆରମ୍ଭ କରିସାରିଛିି । ଏହି ଯୋଜନା ପ୍ରଥମେ ଆରମ୍ଭ ହେବ ରାଜ୍ୟର ରାଜଧାନୀ ଓ ପ୍ରମୁଖ ସହର ଗୁଡ଼ିକରେ ।