ରିଲାଏନ୍ସ ଜିଓ ପରେ ଏବେ ଗ୍ରାହକଙ୍କ ପାଇଁ ସୁବିଧା ଆଣିଲା ବିଏସଏନଏଲ୍ କମ୍ପାନୀ ! ଲଞ୍ଚ୍ କଲା ୱିଙ୍ଗସ୍ ସର୍ଭିସ୍ ।

50

ଗତକାଲି ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଆଣିଦେଇଥିଲା । ତେବେ ଜିଓକୁ କଡା ଟକ୍କର ଦେବା ପାଇଁ ବିଏସଏନଏଲ୍ ମଧ୍ୟ ଗ୍ରାହକଙ୍କ ପାଇଁ ୱିଙ୍ଗସ୍ ସର୍ଭିସର ସୁବିଧା ଆଣିଛି । ଏହା ଏକ ଠକ୍ଟଓଚ ସର୍ଭିସ୍ ଯାହା ଲ୍ୟାଣ୍ଡଲାଇନ୍ ଫୋନ୍ ବ୍ୟବହାର କରୁଥିବା ଗ୍ରାହକଙ୍କୁ ଅଧିକ ସୁବିଧା ଯୋଗାଇଦେବ । ଏହି ସୁବିଧାକୁ ଆକ୍ଟିଭେଟ୍ କରିବା ପାଇଁ ଗ୍ରାହକଙ୍କୁ ପ୍ରଥମେ ୧,୦୯୯ ଟଙ୍କା ଦେବାକୁ ପଡିବ । ଏହାପରେ ଗ୍ରାହକ ବର୍ଷତମାମ ଭିଡିଓ ଏବଂ ଅଡିଓ କଲର ସୁବିଧା ଉପଲବ୍ଧ କରିପାରିବେ ।

ୱିଙ୍ଗସ୍ ଇଣ୍ଟରନେଟ୍ ଟେଲିଫୋନି ସର୍ଭିସର ସୁବିଧା ଉଠାଇବା ପାଇଁ ଗ୍ରାହକ ବ୍ରଡବ୍ୟାଣ୍ଡ ବ୍ୟବହାର କରି ୱାଇଫାଇ,୪ ଜି ଏବଂ ୩ ଜି କଲିଙ୍ଗ୍ କରିପାରିବେ । ତେବେ ଭିଡିଓ କଲିଙ୍ଗ୍ ପାଇଁ ଅନ୍ୟ ଗ୍ରାହକଙ୍କ ପାଖରେ ମଧ୍ୟ ଏହି ୱିଙ୍ଗସ୍ ସର୍ଭିସ୍ ରହିଥିବା ଆବଶ୍ୟକ । ଏହି ସୁବିଧାକୁ ଉପଲବ୍ଧି କରିବା ପାଇଁ ଗ୍ରାହକଙ୍କୁ ନିଜ ସ୍ମାର୍ଟଫୋନରେ ଏକ ଆପ୍ ଇନଷ୍ଟଲ୍ କରିବାକୁ ପଡିବ । ଏହାକୁ ସ୍ମାର୍ଟଫୋନ,ଟାବଲେଟ୍ ଏବଂ ଲାପଟପରେ ଗ୍ରାହକ ବ୍ୟବହାର କରିପାରିବେ । ଭିଏସଏନଏଲ୍ ମୁତାବକ ଗ୍ରାହକ ୨୦୦ ଟଙ୍କା ଭାଉଚର୍ ପକାଇ ଭାରତର ଯେକୌଣସି ନେଟସ୍ୱାର୍କକୁ କଲ୍ କରିପାରିବେ କିନ୍ତୁ ଏହାର ବୈଧତା ମାତ୍ର ୩୦ ଦିନ ପର୍ଯ୍ୟନ୍ତ ରହିବ ।