ବିଏସଏନଏଲ ୟୁଜର୍ସଙ୍କ ପାଇଁ ଖୁସି ଖବର : କମ୍ପାନୀ ଆଣିଛି ଧମାକାଦାର ଅଫର । ଜାଣନ୍ତୁ ତା’ର ନୂଆ ପ୍ଲାନ କଣ ?

60

ବିଏସଏନଏଲ ନିଜ ୟୁଜର୍ସଙ୍କ ପାଇଁ ଆଣିଛି ବିଶେଷ ଅଫର । କେବଳ ମାର୍ଚ୍ଚ ମାସରେ ହିଁ ଏହି ଅଫରର ଫାଇଦା ଉଠାଇ ପାରିବେ । ଏହି ଅଫର କେବଳ ବିଏସଏନଏଲର ପୋଷ୍ଟପେଡ ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଏହି ଅଫର ଅଧିନରେ ବିଏସଏନଏଲର ପୋଷ୍ଟପେଡ ପ୍ଲାନ ଉପରେ ଏକ ବର୍ଷ ପାଇଁ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଉଛି । ଏଥିପାଇଁ ବିଏସଏନଏଲ କମ୍ପାନୀ ଏକ ସର୍ତ୍ତ ରଖିଛି । ଏହି ଅଫର ଅଧିନରେ ନୂଆ ସିମ ନେଉଥିବା ବ୍ୟକ୍ତିଙ୍କୁ ମାଗଣାରେ ସିମ ଦିଆଯିବ । ନୂଆ ଓ ପୁରୁଣା ଉଭୟ ୟୁଜର୍ସ ଏହି ସିମର ଫାଇଦା ଉଠାଇପାରିବେ । ଆସନ୍ତୁ ଜାଣିବା ବିଏସଏନଏଲର ପ୍ଲାନ ବିଷୟରେ

• ଯଦି ୧,୫୨୫ ଟଙ୍କିଆ ପୋଷ୍ଟପେଡ ପ୍ଲାନ କରୁଛନ୍ତି , ତେବେ ଏହି ପ୍ଲାନ ୬୦ ପ୍ରତିଶତ ରେଣ୍ଟଲ ଡିସକାଉଣ୍ଟ ପାଇଁ ଠିକ ଅଟେ ।

• ଏହି ପ୍ଲାନରେ ଅନଲିମିଟେଡ ଭଏସ କଲ, ଏସଏମଏସ ଓ ଡାଟା ଦିଆଯାଉଛି । ତଥାପି ବି ଏହି ପ୍ଲାନ ପାଇଁ ଆପଣଙ୍କୁ ୧୨, ୬ କିମ୍ବା ୩ ମାସିକ ଅଗ୍ରୀମ ରେଣ୍ଟଲ ପ୍ଲାନ ବାଛିବାକୁ ପଡିବ ।

• ଯଦି ଆପଣ ୧୨ ମାସର ଅଗ୍ରୀମ ରେଣ୍ଟଲ ପ୍ଲାନର ଚୟନ କରୁଛନ୍ତି, ତେବେ ଆପଣଙ୍କୁ ୬୦ ପ୍ରତିଶତ ରେଣ୍ଟଲ ଡିସକାଉଣ୍ଟ ମିଳିବ ।

• ଯଦି ୬ ମାସର ପ୍ଲାନ ଚୟନ କରୁଛନ୍ତି, ତେବେ ୪୫ ପ୍ରତିଶତ ରେଣ୍ଟଲ ଡିସକାଉଣ୍ଟ ମିଳିବ ।

• ଯଦି ତ୍ରୟ ମାସିକ ପ୍ଲାନ ଚୟନ କରୁଛନ୍ତି, ତେବେ ୩୦ ପ୍ରତିଶତ ଡିସକାଉଣ୍ଟ ମିଳିବ ।