ବିଏସଏନଏଲ୍ ଲଞ୍ଚ କଲା ଇଣ୍ଟରନେଟ୍ କଲିଂ ସର୍ଭିସ ! ଏଣିକି ବିନା ସିମରେ ମଧ୍ୟ କରିପାରିବେ କଲ୍ ।

42

ଭାରତ ସଞ୍ଚାର ନିଗମ ଲିମିଟେଡ୍ ବୁଧବାର ଦେଶର ପ୍ରଥମ ଇଣ୍ଟରନେଟ୍ ଟେଲିଫୋନ ସର୍ଭିସ ଲଞ୍ଚ କରିଛି । ଏଣିକି ବିଏସଏନଏଲ ବ୍ୟବହାରକାରୀ, ବିଂଗସ ମୋବାଇଲ ଆପ ଦ୍ୱାରା ସାରା ଦେଶରେ ଯେକୌଣସି ଟେଲିଫୋନ ନମ୍ବରରେ ବିନା ସିମରେ କଲ୍ କରିପାରିବେ । ଏହି ସେବା ଜୁଲାଇ ୨୫ ତାରିଖରୁ ଆରମ୍ଭ ହେବ ।

ସୂଚନା ଅନୁଯାୟୀ, ଟେଲିକମ୍ କମ୍ପାନୀ ବିଏସଏନଏଲର ଏହି ସେବାକୁ ଉପଯୋଗ କରିବା ପାଇଁ ଉପଭୋକ୍ତା ମାନଙ୍କୁ ୧୦୯୯ ଟଙ୍କାର ବାର୍ଷିକ ଶୁଳ୍କ ଦେବା ପାଇଁ ପଡିବ । ଏହା ପରେ ସେମାନେ ବିଏସଏନଏଲ କିମ୍ବା ଅନ୍ୟ କମ୍ପାନୀର ୱାଇଫାଇ ଦ୍ୱାରା ମଧ୍ୟ ସାରା ଦେଶରେ ଅସୀମିତ କଲ କରିପାରିବେ । ଏହି ସେବାକୁ ଉଦଘାଟନ୍ କରିବା ଅବସରରେ କେନ୍ଦ୍ରୀୟ ଦୂରସଂଚାର ରାଜ୍ୟମନ୍ତ୍ରୀ ମନୋଜ ସିହ୍ନା କହିଛନ୍ତି ଯେ, ବଢୁଥିବା ଗ୍ରାହକଙ୍କୁ ଦୃଷ୍ଟିରେ ରଖି ବିଏସଏନଏଲ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ । ବିଏସଏନଏଲ୍ ବ୍ୟବହାରକାରୀ ଏହି ସେବାର ଲାଭ ଉଠାଇବା ସହ ଏହାର ଉପଭୋକ୍ତା ମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।