ମହାଶିବରାତ୍ରୀରେ ଗ୍ରାହକଙ୍କୁ ବିଏସଏନଏଲର ବଡ଼ ଅଫର ! ୯୯୯ ଟଙ୍କାରେ ୬ ମାସ ପଯ୍ୟର୍ନ୍ତ କଲ ଫ୍ରି ଓ ଦିନକୁ ମିଳିବ ୧ ଜିବି ଡାଟା

30

ବିଏସଏନଏଲ ଗ୍ରାହକଙ୍କ ପାଇଁ ଖୁସିଖବର । ମହାଶିବରାତ୍ରୀ ଉପଲକ୍ଷେ ବିଏସଏନଏଲ ପକ୍ଷରୁ ଏକ ଆକର୍ଷଣୀୟ ପ୍ଲାନ ଘୋଷଣା କରାଯାଇଛି ।ଏହାର ନାଁ ରାଖାଯାଇଛି ମାକ୍ସିମମ୍ । ୯୯୯ ଟଙ୍କାର ଏହି ପ୍ଲାନ ପକାଇଲେ ୧୮୦ ଦିନ ବା ୬ ମାସ ପାଇଁ ଦିନକୁ ୧ ଜିବି ଡାଟା ସହିତ ଅନଲିମିଟେଡ କଲିଂ ସୁବିଧା ମିଳିପାରିବ । ଏହି ପ୍ଲାନଟି ଜମ୍ମୁ ଓ କାଶ୍ମୀର ଓ ଆସାମକୁ ଛାଡ଼ି ଅନ୍ୟ ସର୍କଲରେ ଉପଲବ୍ଧ ହେବ । ମିଳିଥିବା ସୂଚନା ମୁତାବକ ଏହି ପ୍ଲାନ ମାଧ୍ୟମରେ ଦିନକୁ ୧ଜିବି ଡାଟା, ଅନଲିମିଟେଡ୍ କଲିଂ ଓ ୧୦୦ଟି ଏସଏମଏସ ମିଳିପାରିବ । ଏହା ସହିତ କେବଳ ମୁମ୍ବାଇ ଓ ଦିଲ୍ଲୀକୁ ଛାଡି ଦେଶର ଅନ୍ୟ ସର୍କଲ ପାଇଁ ମାଗଣା ରୋମିଂ ସୁବିଧା ମିଳିପାରିବ ।

ଦିନକୁ ଦିଆଯାଉଥିବା ୧ ଜିବି ଡାଟା ଶେଷ ହୋଇଗଲେ ଡାଉନଲୋଡ୍ ସ୍ପିଡ୍ ୪୦ କେବିପିଏସକୁ ଖସିଆସିବ । ତେବେ ଏହି ସ୍ପିଡରେ ହ୍ଵାଟ୍ସଆପ୍ କରିହେବ । ଏହି ମାକ୍ସିମମ୍ ପ୍ଲାନ ସହ ବିଏସଏନଏଲ୍ ଅନ୍ୟ ଘରୋଇ ଟେଲିକମ ଅପରେଟର ଜିଓ ଓ ଏୟାରଟେଲ ପ୍ରଭୃତିଙ୍କୁ କଡା ଟକ୍କର ଦେବା ଆଶା କରାଯାଉଛି । କାରଣ ଉଭୟ ଜିଓ ଓ ଏୟାରଟେଲର ସମାନ ଧରଣର ୯୯୯ ଟଙ୍କିଆ ପ୍ଲାନ ରହିଛି । ଏସବୁ ପ୍ଲାନରେ ମିଳୁଥିବା ସୁବିଧା ମଧ୍ୟ ସମାନ । କିନ୍ତୁ ବିଏସଏନଏଲ ପ୍ଲାନର ଆକର୍ଷଣୀୟ କଥା ହେଉଛି ଏହାର ଭାଲିଡିଟି । ଏୟାରଟେଲ ଓ ଜିଓର ୯୯୯ ଟଙ୍କିଆ ପ୍ଲାନର ଭାଲିଡ଼ିଟି ୩ ମାସ ଥିବାବେଳେ ବିଏସଏନଏଲ ପ୍ଲାନର ଭାଲିଡିଟି ୬ ମାସ ରହିଛି ।