ବିଏସଏନଏଲ୍ ଆଣିଲା ୪୯୯ ଟଙ୍କିଆ ଫିଚର୍ ଫୋନ୍ ! ଏକ ବର୍ଷ ପର୍ଯ୍ୟନ୍ତ ଭଏସ୍ କଲ୍ ଅଫର

42

ସରକାରୀ ଟେଲିକମ୍ କମ୍ପାନୀ BSNL , ମୋବାଇଲ ହ୍ୟାଣ୍ଡସେଟ୍ ନିର୍ମାତା Detel ସହ ମିଳିତ ଭାବେ ଏକ ଫିଚର ଫୋନ ଆଣିଛନ୍ତି । ଆଉ ଫୋନ ସହ ଅନେକ ମନଲୋଭା ଅଫରରର ଘୋଷଣା କରିଛନ୍ତି । ଉଭୟ କମ୍ପାନୀ ମଳିତ ଭାବେ Detel D1 ଫିଚର ଫୋନ ଆଣିଛନ୍ତି । Detel D1 ପ୍ରକୃତ ମୂଲ୍ୟ ହେଲା ମାତ୍ର ୩୪୬ ଟଙ୍କା । ତେବେ ବିଏସଏନଏଲର ଅଫର ସହ ଏହି ଫୋନର ମୂଲ୍ୟ ୪୯୯ ଟଙ୍କା ରଖାଯାଇଛି । ଯୋଦ୍ଧପୁରରେ ଏହି ଫିଚର ଫୋନ ବିଷୟରେ ଘୋଷଣା ହୋଇଛି ।

BSNLDetel D1 ସମ୍ପୂର୍ଣ୍ଣ ରୂପେ ଏକ ଫିଚର ଫୋନ୍ । ତେବେ ଏଥିରେ ବିଏସଏନଏଲ କୌଣସି ମୋବାଇଲ ଡାଟାର ଅଫର ଉପସ୍ଥାପନ କରିନାହିଁ । ଫିଚର ଫୋନ ସହ ଆଣିଥିବା ଅଫରରରେ ମୂଲ୍ୟ ମାତ୍ର ୧୫୩ ଟଙ୍କା । Detel D1 ର ମୂଲ୍ୟ ୩୪୬ ଆଉ ବିଏସଏକଲର ଅଫରର ମୂଲ୍ୟ ୧୫୩ । ତେଣୁ ଏହି ଫିଚର ଫୋନର ପୁରା ମୂଲ୍ୟ ହେଲା ମାତ୍ର ୪୯୯ । ୧୫୩ ଟଙ୍କିଆ ଯୋଜନାରେ ଗ୍ରାହକଙ୍କୁ ୧୫୩ ଟଙ୍କାର ଟକଟାଇମ୍ ଦିଆଯିବ । ଏହାସହ ୧୫ ପଇସା ପ୍ରତି ମିନିଟ୍ ଦର ଅନୁସାରେ BSNL ରୁ BSNL ଭଏସ୍ କଲ୍ ଓ ବାକି ନେଟୱର୍କ ପାଇଁ ୪୦ ପଇସା ପ୍ରତି ମିନିଟ୍ ଚାର୍ଜ କରାଯିବ । ଏହି ଟକଟାଇମ ଓ କଲିଂର ଲାଭ ୩୬୫ ଦିନ ପର୍ଯ୍ୟନ୍ତ ଉପଲବ୍ଧ କରିଛି କମ୍ପାନୀ । ଏହାର ଅର୍ଥ ଅଫରର ବୈଧତା ୩୬୫ ଦିନ ବା ଏକ ବର୍ଷ । ଏହି ଯୋଜନା ଅନୁସାରେ ୨୮ ଦିନ ପାଇଁ ବ୍ୟକ୍ତିଗତ ରିଙ୍ଗ୍ ଟୋନ ମଧ୍ୟ ମାଗଣା ମିଳିବ ।

Detel D1  ର ଫିଚର ଫୋନ ବିଷୟରେ କିଛି ସୂଚନା –
ଏହି ଫିଚର ଫୋନରେ ୧.୪ ଇଂଚର ମୋନୋକ୍ରୋମ୍ ଡିସପ୍ଲେ ଦିଆଯାଇଛି । ଆଉ ଏହା GSM 2G ନେଟୱର୍କରେ କାମ କରିବ । ତେବେ ଏହି ଫିିଚର ଫୋନରେ କେବଳ ଗୋଟିଏ ସିମ ହିଁ ବ୍ୟବହାର କରାଯାଇପାରିବ । ଫୋନର ବ୍ୟାଟେରୀ କ୍ଷମତା ୬୫୦ mAh ଓ ଏଥିରେ ଟର୍ଚ ଲାଇଟ୍ ମଧ୍ୟ ଦିଆଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଥିରେ ଫୋନବୁକ ଓ ଲାଉଡ଼୍ ସ୍ପିକର ମଧ୍ୟ ଦିଆଯାଇଛି ।