ବିଏସଏନଏଲର ‘ଡାଟା ସୁନାମୀ’ ଅଫର ! ମାତ୍ର ୯୮ ଟଙ୍କାରେ ପ୍ରତିଦିନ ମିଳିବ ୧.୫ ଜିବି ଡାଟା

38

ସରକାରୀ ଟେଲିକମ୍ କମ୍ପାନୀ ଭାରତ ସଂଚାର ନିଗମ ଲିମିଟେଡ଼୍ (ବିଏସଏନଏଲ) ନିଜ ଗ୍ରାହକଙ୍କ ପାଇଁ ‘ଡାଟା ସୁନାମୀ’ ନାମକ ଏନ ନୂଆ ଅଫର ଉପସ୍ଥାପନ କରିଛି । ଏହି ପ୍ୟାକର ମୂଲ୍ୟ ୧୦୦ ଟଙ୍କାରୁ ମଧ୍ୟ କମ୍ । ଆଉ ସବୁଠାରୁ ବଡ଼ କଥା ହେଲା ୧୦୦ ଟଙ୍କାରୁ କମ ମୂଲ୍ୟରେ ଗ୍ରାହକଙ୍କୁ ୧ ଜିବିରୁ ଅଧିକ ଡାଟା ମିଳୁଛି । କମ୍ପାନୀ ଏହି ଅଫରକୁ ୧୭ ମେ ଦିନ ପାଳନ ହୋଇଥିବା ୱାଲ୍ଡ ଟେଲିକମ୍ ଡ଼େ ଅବସରରେ ଉପସ୍ଥାପନ କରିଛି ।

ବିଏସଏନଏଲର ଏହି ଯୋଜନା ଅନୁସାରେ ଗ୍ରାହକଙ୍କୁ ୯୮ ଟଙ୍କାରେ ୧.୫ ଜିବି ଡାଟା ପ୍ରତିଦିନ ଉପଲବ୍ଧ କରାଯିବ । ଏହି ଯୋଜନାର ବୈଧତା ରହିଛି ୨୮ ଦିନ । ତେବେ ସୂଚନା ଅନୁସାରେ ବିଏସଏନଏଳର ପ୍ରିପେଡ଼୍ ଗ୍ରାହକ ହିଁ ଏହି ଅଫରର ଲାଭ ଉଠାଇପାରିବେ । କମ୍ପାନୀ ଅନୁସାରେ, ଏହି ଯୋଜନା ୧୭ ମେରୁ ହିଁ ସମସ୍ତ ସର୍କଲରେ ଉପଲବ୍ଧ ହେବ ।

ତେବେ ଧ୍ୟାନ ରଖନ୍ତୁ ଏହି ଯୋଜନାରେ ଗ୍ରାହକଙ୍କୁ ଅସୀମିତ କଲିଂର ସୁବିଧା ମିଳିବ ନାହିଁ । କଲିଂ ପାଇଁ ଗ୍ରାହକଙ୍କୁ ଭିନ୍ନ ରୂପେ ରିଚାର୍ଜ କରିବା ପାଇଁ ପଡ଼ିବ । ସୂଚନାଯୋଗ୍ୟ ବିଏସଏନଏଲ ଏବେ ୩ଜି/୨ଜି ନେଟୱର୍କରେ ଉପଲବ୍ଧ, କମ୍ପାନୀ ଏବେ ପର୍ଯ୍ୟନ୍ତ ୪ଜି ସେବା ଆରମ୍ଭ କରିନାହିଁ । କୁହାଯାଉଛି କମ୍ପାନୀ ଏହି ଯୋଜନା ଜିଓକୁ ଟକ୍କ୍ର ଦେବା ପାଇଁ ଉପସ୍ଥାପନ କରିଛି । ଜିଓ ମଧ୍ୟ ନିଜ ଗ୍ରାହକଙ୍କ ପାଇଁ ୯୮ ଟଙ୍କାରେ ଡାଟା ଯୋଜନାର ସୁବିଧା ଦେଉଛି, ଯାହା ୨୮ ଦିନ ପାଇଁ ପ୍ରତିଦିନ ୨ ଜିବି ଡାଟା ଉପଲବ୍ଧ କରାଉଛି । ତେବେ ଏଥିରେ ମାଗଣାରେ ଭଏସ୍ କଲିଂ ସୁବିଧା ଉପଲବ୍ଧ ରହିିଛି ।