ବିଏସଏନଏଲ ଗ୍ରାହକ ବିନା ସିମରେ ବି କରିପାରିବେ କଲ୍ ! ଖୁବ ଶୀଘ୍ର ଲଂଚ ହେବ ନୂତନ ସୁବିଧା

36

ଭାରତୀୟ ସଂଚାର ନିଗମ ଲିମିଟେଡ଼୍ (ବିଏସଏନଏଲ୍) ୱାଇଫାଇ ନେଟୱ୍ୱର୍କ ଜରିଆରେ ୟୁଜସରଙ୍କୁ କଲ କରିବା ପାଇଁ ଅନୁମତି ପ୍ରଦାନ କରୁଥିବା ପ୍ରଥମ କମ୍ପାନୀ ହେବ । ଏହି ସୁବିଧା ସ୍ମାର୍ଟଫୋନରେ ଦିଆଯାଉଥିବା ବିଏସଏନଏଲ୍ ଆପ୍ ଜରିଆରେ ଦିଆଯିବ । ତେବେ କମ୍ପାନୀ ଏହି ପ୍ଲାଟଫର୍ମ ଉପରେ କାମ କରୁଛି । ଆସନ୍ତା ମାସରେ ଏହାକୁ ଲଂଚ କରାଯିବ ବୋଲି ଆଶା କରାଯାଉଛି । ବିଏସଏନଏଲର ଚେୟାରମ୍ୟାନଙ୍କ ଅନୁସାରେ ଭଏସ ଓଭର ଇଂଟରନେଟ୍ ପ୍ରୋଟୋକଲ ସେବା ଖୁବ ଶୀଘ୍ର ଲଂଚ କରାଯିବ । ଏହାସହ କମ୍ପାନୀର ଆଉ ଜଣେ ଅଧିକାରୀ କହିଛନ୍ତି କମ୍ପାନୀ ଏହି ସେବାକୁ ପରୀକ୍ଷା କରିଛି । ଖୁବ ଶୀଘ୍ର ସେବାର ଟାରିଫ ଯୋଜନା ଉପସ୍ଥାପନ କରାଯିବ । ବିଏସଏନଏଲ ବ୍ୟତୀତ ରିଲାଏନ୍ସ ଜିଓ, ଏୟାରଟେଏ, ଭୋଡ଼ାେଫୋନ୍ ଓ ଆଇଡ଼ିଆ ମଧ୍ୟ ଏହିସେବାକୁ ଲଂଚ କରିବା ପାଇଁ ଯୋଜନା କରୁଛି ।

ଏଥିପାଇଁ ଗ୍ରାହକଙ୍କୁ ସ୍ମାର୍ଟଫୋନରେ ବିଏସଏନଏଲ ଆପ୍ ଡାଉନଲୋଡ଼୍ କିରବା ପାଇଁ ପଡ଼ିବ । ଏହି ଆପ୍ ୟୁଜରଙ୍କୁ ୱାଇଫାଇ, ୨ଜି, ୩ଜି, ୪ଜି ନେଟୱର୍କରେ କଲ କରିବାର ଅନୁମତି ହେବ । ଏଥିପାଇଁ ଗ୍ରାହକଙ୍କୁ ମଧ୍ୟ ନେଟୱର୍କ ଲ୍ୟାଣ୍ଡଲାଇନ କିମ୍ବା ହ୍ୱାଟସଆପ ନମ୍ବରକୁ କଲ କିରପାରିବେ । ସୂଚନାଯୋଗ୍ୟ ଭାରତୀୟ ଟେଲିକମ ବିଭାଗରେ ଇଂଟରନେଟ୍ ଟେଲିଫୋନି ଆରମ୍ଭ କରିବା ପ୍ରସ୍ତୁତି କରୁଛି । ଏଥିପାଇଁ ନିୟମରେ ସଂଶୋଧନ କରାଯାଇଛି । ଏଥିରେ ଖରାପ ନେଟୱର୍କରେ କଲ କରିବା ସମୟରେ କୌଣସି ଅସୁବିଧା ମିଳିବ ନାହିଁ ।

ସଂଶୋଧିତ ନିୟମ ଅନୁସାରେ ଆପରୁ ଆପକୁ ଭିଡ଼ିଓ କଲ ସୁବିଧା ପ୍ରଦାନ କରୁଥଇବା କମ୍ପାନୀ ଯେପରି ହ୍ୱାଟସଆପ୍, ସ୍କାଇପ, ଗୁଗଲ ଡୁଓ ଓ ଇମୋକୁ ଭିଡ଼ିଓ କଲିଂର ଅନୁମତି ମିଳିବ ନାହିଁ । ଏହାର ଅର୍ଥ ହେଲା ଆଗାମୀ ସମୟରେ ଭିଡ଼ିଓ କଲିଂ ଆପ ଜରିଆରେ ୱାଇ ଫାଇ ସିଧା ହୋଇପାରିବ ।