ସୀମାରେ ଅନୁପ୍ରବେଶ ରୋକିବା ପାଇଁ ବିଏସଏଫର ନୂଆ ବ୍ୟବସ୍ଥା : ଆରମ୍ଭ କରିଛି BOLD-QIT ସିଷ୍ଟମର ବ୍ୟବହାର

191

ଭାରତୀୟ ସୀମାକୁ ସୁରକ୍ଷିତ ରଖିବା ପାଇଁ ଆଗକୁ ଆସୁଥିବା ପ୍ରାକୃତିକ ଜଟିଳତା ଓ ମାନବକୃତ ଭୁଲର ସମ୍ଭାବନାକୁ ଶେଷ କରିବା ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ ଅତ୍ୟାଧୁନିକ ଉପକରଣର ବ୍ୟବହାର ଆରମ୍ଭ କରିଛି । ବିଏସଏଫ ଧୁବରୀ ବର୍ଡରରେ ‘ବର୍ଡର ଇଲେକ୍ଟ୍ରୋନିକ୍ ଡୋମିନେଟେଡ୍ କ୍ୟୁଆଇଟି ସିଷ୍ଟମ’ ଜରିଆରେ ସୀମା ଗୁଡିକର ନଜର ରଖିବା ଆରମ୍ଭ କରିଛି । BOLD-QIT ସିଷ୍ଟମର ଉଦଘାଟନ ମଙ୍ଗଳବାର ଦିନ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଆସାମରେ ବାଙ୍ଗଲାଦେଶ ସୀମାକୁ ଲାଗିଥିବା ଧୁବରୀ ବର୍ଡରରେ କରିଛନ୍ତି ।

ସୀମାରେ, ବିଭିନ୍ନ ସ୍ଥାନରେ, ଭୌଗୋଳିକ ବାଧାଗୁଠିକ କାରଣରୁ ସୀମାର କାନ୍ଥକୁ ଛିଡା କରାଇବା ସମ୍ଭବ ନୁହେଁ । ଏମିତି ଏକ ଭୌଗୋଳିକ ବାଧା ଆସାମର ଧୁବରୀରେ ଭାରତ-ବାଙ୍ଗଲାଦେଶ ବର୍ଡର ଅଛି । ବିଏସଏଫର ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ବିଭିନ୍ନ ପ୍ରକାରର ସେନ୍ସର ପ୍ରଣାଳୀର ଉପଯୋଗରେ ବିଏସଏଫ ବ୍ରହ୍ମପୁତ୍ର ଓ ତାଙ୍କର ସହାୟକ ନଦୀଗୁଡିକର ଜଳପଥକୁ ନଜର ରଖିବ । ଏହି ପ୍ରକଳ୍ପ ଅଧିନରେ ପୁରା କ୍ଷେତ୍ରର ଡାଟା ନେଟୱର୍କ ଉପରେ କାମ କରୁଥିବା କମ୍ୟୁନିକେସନ୍ ସିଷ୍ଟମ, ଏଫସି କେବୁଲ, ଡିଏମଆର କମ୍ୟୁନିସକେସନ୍ ଦିନ-ରାତି ନଜର ରଖିବାକୁ ଥିବା କ୍ୟାମେରା, ଅନୁପ୍ରବେଶ ଜାଣିବା ପାଇଁ ପ୍ରଣାଳୀ ଓ ରାଡାର ସିଷ୍ଟମ ସହିତ ଯୋଡାଯାଇଛି । ଏହି ଆଧୁନିକ ଗ୍ୟାଜେଟ୍ ବର୍ଡର ଉପରେ ବିଏସଏଫ୍ କଣ୍ଟ୍ରୋଲ ରୁମ ସହିତ ମଧ୍ୟ ଯୋଡାଯାଇଛି ।

ଅନୁପ୍ରବେଶର ଯେକୌଣସି ସମ୍ଭାବନାକୁ ବିଫଳ କରିବା ପାଇଁ ମୁତୟନ ହୋଇଥିବା ବିଏସଏଫର କ୍ୱିକ୍ ରିଆକ୍ସନ ଟିମ୍ ମଧ୍ୟ ଏବେ ଏହି ପ୍ରଣାଳୀର ଅଂଶ ହେବେ । ଅନୁପ୍ରବେଶ ସ୍ଥିତିରେ BOLD-QIT  ସିଷ୍ଟମରୁ ଦୁଇଟି ମେସେଜ୍ ଜେନେରେଟ୍ ହେବ । ପ୍ରଥମ ମେସେଜ୍ ବିଏସଏଫ୍ କଣ୍ଟ୍ରୋଲ ରୁମ୍କୁ ମିଳିବ ଏବଂ ଦ୍ୱିତୀୟ ମେସେଜ୍ କ୍ୟୁଆରଟିକୁ ସଚେତନ କରିବ । କ୍ୟୁଆରଟି ଟିମ୍ BOLD-QIT ଦ୍ୱାରା ଉପଲବ୍ଧ କରାଯାଇଥିବା ଜିପିଏସ୍ ଲୋକେସନରେ ପହଂଚି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବେ ।