ବିଏସଏଫ ଟାର୍ଗେଟରେ ଆଦିବାସୀ ଯୁବକ ଯୁବତୀ ! ସୁରକ୍ଷା ବାହିନୀରେ ଯୋଗ ଦେବା ପାଇଁ ବୁଝାଉଛନ୍ତି ବିଏସଏଫ ଅଧିକାରୀ

28

କନକ ବ୍ୟୁରୋ : ସୀମା ସୁରକ୍ଷା ବାହିନୀରେ ଯୋଗ ଦେବା ଲାଗି ଆହ୍ୱାନ । ଗାଁ ଗାଁରେ ଜନ ସମ୍ପର୍କ ଶିବିରର ଆୟୋଜନ କରିଛି ବର୍ଡର ସିକ୍ୟୁରିଟି ଫୋର୍ସ । ଏଭଳି ଶିବିର କରି ସୁରକ୍ଷା ବାହିନୀରେ ସାମିଲ ହେବା ପାଇଁ ଆଦିବାସୀ ଯୁବକ ଯୁବତୀ ଓ ଅଭିଭାବକଙ୍କୁ ବୁଝାଉଛନ୍ତି ବି.ଏସ.ଏଫ ଅଧିକାରୀ । ବି.ଏସ.ଏଫ ସମେତ ଅର୍ଦ୍ଧ ସାମରିକ ବାହିନୀର ୫୩୦୦ ପଦବୀ ଲାଗି ନିଯୁକ୍ତି ବିଜ୍ଞାପନ ଜାରି କରାଯାଇଛି । ତେବେ ଏହି ପଦବୀ ପାଇଁ ଆଦିବାସୀଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ପଂଚାୟତର ଦୁର୍ଗମ ଡୋକ୍ରିଯୋଡି ଗାଁରେ ଜନ ସମ୍ପର୍କ ଶିବିରର ଆୟୋଜନ କରି ଆଦିବାସୀ ଯୁବକ ଯବୁତୀଙ୍କୁ ବୁଝାଇଛନ୍ତି ବି.ଏସ.ଏଫ ଅଧିକାରୀ ।

ମାଓବାଦୀଙ୍କ ଗଡ ଭାଙ୍ଗିବା ପାଇଁ ଆଦିବାସୀ ଇଲାକାର ଯୁବକ ଯୁବତୀଙ୍କୁ ସୁରକ୍ଷା ବାହିନୀରେ ସାମିଲ କରି ଲାଲ ବାହିନୀଙ୍କୁ ଝଟକା ଦେବା ପାଇଁ ବିଏସଏଫ ନୂଆ ରଣନୀତି ପ୍ରସ୍ତୁତ କରିଛି । କାରଣ ଆଦିବାସୀ ଯୁବକ ଯୁବତୀ ମାନେ ସୁରକ୍ଷା ବାହିନୀରେ ସାମିଲ ହେଲେ ହିଁ ମାଓ ଅଞ୍ଚଳ ବିକଶିତ ହୋଇପାରିବ ଓ ଲାଲଗଡ ଆପଣାଛାଏଁ ଭୁଷୁଡିପଡିବ ।