ଅସ୍ତ୍ରବିରତି ଉଲ୍ଲଂଘନର ମୁହଁତୋଡ ଜବାବ ! ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ଉଡିଲା ପାକିସ୍ତାନ ସେନାର ସୈନ୍ୟଛାଉଣୀ, ଅସ୍ତ୍ରଭଣ୍ଡାର ଛିନଛତର

24

କନକ ବ୍ୟୁରୋ: ସୀମାରେ ଅସ୍ତ୍ରବରିତ ଉଲ୍ଲଂଘନ ପାଇଁ ପାକିସ୍ତାନକୁ ମିଳିଛି ମୁହଁତୋଡ ଜବାବ । ଭାରତୀୟ ଯବାନଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ବ୍ୟାପକ କ୍ଷୟ କ୍ଷତି ହୋଇଥିବା ସୂଚନା ଦେଇଛି ବିଏସଏଫ । ବିଏସଏଫର ମୋର୍ଟାର ମାଡରେ ପାକିସ୍ତାନ ସେନାର ଅସ୍ତ୍ରଶସ୍ତ୍ର ଭଣ୍ଡାର, ସୈନ୍ୟ ଛାଉଣୀ ଓ ତେଲ ଡିପୋ ଧ୍ୱଂସ ହୋଇଛି ।

ଆଉ ଏହାର ଏକ ଭିଡିଓ ବିଏସଏଫ ତରଫରୁ ଜାରି କରାଯାଇଛି । ଗତ ୪ ଦିନର ପାଲଟା କାର୍ଯ୍ୟାନୁଷ୍ଠାନରେ ଭାରତୀୟ ଯବାନ ପାକିସ୍ତାନ ସେନାର ପୋଷ୍ଟକୁ ଟାର୍ଗେଟ କରି ୯ ହଜାର ମୋର୍ଟାର ମାଡ କରିଥିବା ସୂଚନା ମିଳିଛି । ସୀମାର ଲଗାତର ୬ ଦିନ ହେବ ପାକିସ୍ତାନ ଗୁଳି ଗୋଳା ବର୍ଷା କରୁଛି ।

ସୂଚନା ମୁତାବକ, ପାକିସ୍ତାନ ସେନାର ଗୁଳିମାଡରେ ବର୍ତ୍ତମାନ ସୁଦ୍ଧା ୩ ଯବାନ ସହିଦ ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ଭାରତର ୧୯ ଟି ସେକ୍ଟର ନିକଟ ୧୨୦ଟି ଗାଁ ଏହି ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁଁ ଗମ୍ଭୀର ପ୍ରଭାବିତ ହୋଇଛି ।  ବିନା କାରଣରେ ପାକିସ୍ତାନର ଗୁଳି ମାଡ ଯୋଗୁଁ ସୀମାବର୍ତି ସ୍କୁଲ, କଲେଜକୁ ବନ୍ଦ ଘୋଷଣା କରାଯାଇଛି । ସେହିପରି ପ୍ରାୟ ୮୦ ହଜାର ଲୋକ ଗାଁ ଛାଡି ସରକାରୀ ଆଶ୍ରୟସ୍ଥଳୀ କିମ୍ବା ସଂର୍ପକୀୟଙ୍କୁ ଘରେ ଅଛନ୍ତି ।