ଦେଶ ପାଇଁ ସେବା କରିବାର ସୁଯୋଗ ! ବିଏସଏଫରେ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଏଭଳି କରନ୍ତୁ ଆବେଦନ ।

369

ସୀମା ସୁରକ୍ଷା ବଳ (ବିଏସଏଫ)ରେ ଚାକିରି କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଏସଏଫରେ କନେଷ୍ଟବଳ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଭର୍ତ୍ତିରେ ସ୍ପୋର୍ଟ୍ସ କୋଟା ଆଧାରରେ ଆଶାୟୀ ମାନଙ୍କର ଚୟନ କରାଯିବ । ଯଦି ଆପଣ ମଧ୍ୟ ବିଏସଏଫରେ ସାମିଲ ହୋଇ ଦେଶ ସେବା କରିବା ପାଇଁ ଚାହୁଁଛନ୍ତି, ଏବଂ ଏହି ପଦ ପାଇଁ ଆପଣ ଯୋଗ୍ୟ ଅଟନ୍ତି ତେବେ ଆବେଦନ କରିବାର ଅନ୍ତିମ ତାରିଖ ପୂର୍ବରୁ ଏହି ପଦ ପାଇଁ ଆପଣ ଆବେଦନ କରିପାରିବେ । ତେବେ ଜାଣନ୍ତୁ ଆବେଦନ କରିବାର ପୁରା ପ୍ରକ୍ରିୟା ।

ପଦ ବିବରଣୀ – ଏହି ଭର୍ତ୍ତିରେ ସ୍ପୋର୍ଟ୍ସ କୋଟା ଆଧାରରେ କନେଷ୍ଟବଳ ପଦ ପାଇଁ ୬୩ ଜଣ ଆଶାୟୀଙ୍କୁ ଚୟନ କରାଯିବ । ଏହା ସହ ଚୟନ ହୋଇଥିବା ଆଶାୟୀଙ୍କର ପେ-ସ୍କେଲ୍ ୨୧,୭୦୦ ଟଙ୍କା ହେବ ।

ଯୋଗ୍ୟତା – ଆବେଦନ କରୁଥିବା ଆଶାୟୀମାନେ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ ।

ବୟସ ସୀମା – ଏହି ପଦ ପାଇଁ ୧୮ ବର୍ଷରୁ ୨୩ ବର୍ଷୀୟ ଆଶାୟୀମାନେ ଆବେଦନ କରିପାରିବେ । ଅଧିକ ବିବରଣୀ ପାଇଁ ଆପଣ ଅଫିସିଆଲ୍ ନୋଟିଫିକେସନ୍ ମଧ୍ୟ ଦେଖିପାରିବେ ।
ଆବେଦନ ଶୁଳ୍କ – ଆବେଦନ କରିବା ପାଇଁ ଆଶାୟାମାନଙ୍କୁ କୌଣସି ପ୍ରକାର ଶୁଳ୍କ ଦେବାକୁ ପଡିବ ନାହିଁ ।

ବିଜ୍ଞାପନ ଜାରି ହେବାର ତାରିଖ – ୧୭ ଡିସେମ୍ବର ୨୦୧୮

ଆବେଦନର ଅନ୍ତିମ ତାରିଖ – ବିଜ୍ଞାପନ ଜାରି ହେବାର ୩୦ ଦିନ ମଧ୍ୟରେ ଆଶାୟୀମାନଙ୍କୁ ଆବେଦନ କରିବା ପାଇଁ ହେବ ।

ଚୟନ ପ୍ରକ୍ରିୟା – ଆଶାୟୀମାନଙ୍କର ଚୟନ ଫିଜିକାଲ ଏବଂ ଟ୍ରାୟଲ୍ ଟେଷ୍ଟ ଆଧାରରେ କରାଯିବ ।