ସେନାରେ ଚାକିରି କରିବା ପାଇଁ ଆସିଲା ସୁଯୋଗ ! କନେଷ୍ଟବଳ ପଦ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ ।

50

ସୀମା ସୁରକ୍ଷା ବଳରେ ଚାକିରି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । କନେଷ୍ଟବଳ ପଦ ପାଇଁ ଆବେଦନ କରିବାକୁ ଆମନ୍ତ୍ରିତ କରାଯାଇଛି । ଏବଂ ଏହି ପ୍ରକ୍ରିୟାରେ ମୋଟ ୨୦୭ଜଣ ଆଶାୟୀଙ୍କୁ ଚୟନ କରାଯିବ । ଯଦି ଆପଣ ମଧ୍ୟ ଏହି ଚାକିରି ପାଇଁ ଇଚ୍ଛୁକ ଅଛନ୍ତି ତେବେ ୨୦୧୮ ଜୁଲାଇ ୨୨ ତାରିଖ ମଧ୍ୟରେ ଆପଣ ଆବେଦନ କରିପାରିବେ । ତେବେ ଆବେଦନ କରିବା ପାଇଁ ସମ୍ପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନିଅନ୍ତୁ ।

ପଦର ବିବରଣୀ :

ପଦ ପାଇଁ ଚୟନ ହୋଇଥିବା କନେଷ୍ଟବଳ ଟେକ୍ନିକାଲ ବର୍ଗରେ ରହିବେ । ତେବେ ଚୟନ ହୋଇଥିବା ଆଶାୟୀଙ୍କ ପିସ୍କେଲ ୨୧,୭୦୦ ଟଙ୍କାରୁ ୬୯,୧୦୦ ଟଙ୍କା ରହିବ । ଏହି ପଦ ଗୁଡିକରେ ବେଲ୍ଡର, କାରପେଟର, ଷ୍ଟୋର କିପର, ପେଣ୍ଟର, ଫିଟର, ଇଲେକ୍ଟ୍ରିସିଆନ୍ସ ପଦ ସାମିଲ ରହିଛି ।

ଯୋଗ୍ୟତା :

ଏହି ପଦଗୁଡିକ ପାଇଁ ଆବେଦନ କରିବାକୁ ହେଲେ ଆଶାୟୀମାନଙ୍କୁ ୧୦ମ ଶ୍ରେଣୀ ପାସ ହେବା ସହ ସମ୍ବନ୍ଧିତ ବିଷୟରେ ଆଇଟିଆଇ ପାସ କରିଥିବା ନିହାତି ଆବଶ୍ୟକ । ଏବଂ ଏହି ଆଧାରରେ ଆଶାୟୀମାନେ ଆବେଦନ କରିପାରିବେ ।

ଆବେଦନ ଶୁଳ୍କ :

ଏହି ପଦଗୁଡିକ ପାଇଁ ଆବେଦନ କରିବାକୁ ହେଲେ ଆଶାୟୀମାନଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବନାହିଁ ।

ଆବେଦନ ପ୍ରକ୍ରିୟା :

ଏହି ପଦ ଗୁଡିକ ପାଇଁ ଆବେଦନ କରିବାକୁ ହେଲେ ଆଶାୟୀମାନଙ୍କୁ ସମସ୍ତ କାଗଜ ଆବେଦମ ପତ୍ର ସହ ଦିଆଯାଇଥିବା ଠିକଣାରେ ପଠାଇବାକୁ ପଡିବ ।

ଚୟନ ପ୍ରକ୍ରିୟା :

ଆଶାୟୀମାନଙ୍କର ଚୟନ ଲିଖିତ ଏବଂ ଇଣ୍ଟରଭ୍ୟୁ ଆଧାରରେ କରାଯିବ ।