ଦଶମ ପାସ୍ ଙ୍କ ପାଇଁ ବିଏସଏଫ୍ ରେ ବାହାରିଲା ନିଯୁକ୍ତି ! ଅନଲାଇନ୍ ପ୍ରକ୍ରିୟାରେ ଏଭଳି କରନ୍ତୁ ଆବେଦନ ।

208

ଆଜି ଆମେ ଆପଣଙ୍କୁ ସୀମା ସୁରକ୍ଷା ବଳ ବିଏସଏଫ୍ ରେ ବାହାରିଥିବା ବିଜ୍ଞପ୍ତି ବିଷୟରେ ସୂଚିତ କରିବାକୁ ଯାଉଛୁ । ସ୍ପୋର୍ଟସ କୋଟା ଆଧାରରେ ବିଏସଏଫ୍ ରେ କନେଷ୍ଟବଳ ପୋଷ୍ଟ ପାଇଁ ୬୩ ପଦ ପାଇଁ ବିଜ୍ଞପ୍ତି ବାହାରିଛି । ଏହି ପୋଷ୍ଟ୍ ପାଇଁ ଦଶମ ପାସ୍ କରିଥିବା ଆବଶ୍ୟକ । ତେବେ ଏଥିପାଇଁ ଅଧିକ ବିବରଣୀ ଆପଣଙ୍କୁ ଏହାର ଅଫିସିଆଲ୍ ୱେବସାଇଟ୍ ରେ ମିଳିଯିିବ । ଏହି ପଦ ପାଇଁ ଆପଣ ୧୯ ଜାନୁଆରୀ ୨୦୧୯ ପର୍ଯ୍ୟନ୍ତ ଆବେଦନ କରିପାରିବେ । ତେବେ ନିମ୍ନରେ ଏହାର ଅଧିକ ବିବରଣୀ ଦିଆଯାଇଛି ।

ପଦ ନାମ : କନେଷ୍ଟବଳ

ବୟସ ସୀମା : ୧୮ ରୁ ୨୩ ବର୍ଷ

ଚୟନ ପ୍ରକ୍ରିୟା : ଲିଖିତ ଏବଂ ଶାରୀରିକ ପରୀକ୍ଷା ।

ଆବେଦନ ଶୁଳ୍କ : ଏସଟି,ଏସସି ନିଶୁଳ୍କ ଥିବା ବେଳେ କେବଳ ସାଧାରଣ ଏବଂ ଓବିସିଙ୍କ ପାଇଁ ୩୦୦ ଟଙ୍କା ।

ଏଭଳି କରନ୍ତୁ ଆବେଦନ : ଇଚ୍ଛୁକ ଆବେଦନକାରୀ ଅନଲାଇନ୍ ଫର୍ମ ପୂରଣ କରି ଆବେଦନ କରିପାରିବେ । ଆବେଦନ କରିବା ସମୟରେ ଜନ୍ମତାରିଖ,ନାମ ଏବଂ ଅନ୍ୟ ସବୁ ଠିକଣା ଉପରେ ଧ୍ୟାନ ଦିଅନ୍ତୁ ।