ମାଲକାନଗିରି : ଗାଁ ଲୋକଙ୍କୁ ଜାପାନୀ ଏନସେଫାଲାଇଟିସରୁ ମୁକ୍ତି ପାଇଁ ବିଏସଏଫ୍ ଯବାନଙ୍କର ଅଭିନବ ପ୍ରୟାସ

13

ମାଲକାନଗିରି : ସୀମାରେ ପାକିସ୍ତାନକୁ କଡ଼ା ଜବାବ ଦେଇ ଦେଶବାସୀଙ୍କ ମନ ଜିଣିଛନ୍ତି ଯବାନ । ସାରା ବିଶ୍ୱରେ ଭାରତୀୟ ଯବାନଙ୍କ ପରାକ୍ରମର ସ୍ୱତନ୍ତ୍ର ସ୍ଥାନ ରହିଛି । ଏପଟେ ମାଲକାନଗିରିରେ ବିଏସଏଫ୍ ଯବାନଙ୍କ କର୍ତବ୍ୟନିଷ୍ଠାର ଆଉ ଏକ ନମୂନା ଦେଖିବାକୁ ମିଳିଛି । ଜାପାନୀ ଏନସେଫାଲାଇଟିସରୁ ଗାଁ ଲୋକଙ୍କୁ ରକ୍ଷା କରିବା ପାଇଁ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ।

ଜାପାନୀ ଏନସେଫାଲାଇଟିସରେ ୨୧ ଶିଶୁଙ୍କ ଜୀବନ ଯିବା ପରେ ଏହା ବିରୋଧରେ ଅଣ୍ଟା ଭିଡିଛି ବିଏସଏଫ୍ । ହାତରେ ଏକେ ଫଟି ସେଭେନ୍ ବଦଳରେ ଫଗ୍ ମେସିନ୍ ଧରି ବିଏସଏଫ୍ ମଶା ମରା ଅଭିଯାନରେ ସାମିଲ ହୋଇଛନ୍ତି । ଏନସେଫାଲାଇଟିସ ପ୍ରଭାବିତ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନତା କରିବା ସହ ମଶା ଘଉଡାଉଛନ୍ତି ଏହି କର୍ତବ୍ୟନିଷ୍ଠ ଯବାନମାନେ।

ଏହା ସହ ଦେଖନ୍ତୁ : ମାଲକାନଗିରି କାହିଁକି ପାଲଟିଛି ମୃତ୍ୟୁର ଇଲାକା ! କନକ ନ୍ୟୁଜର ଗ୍ରାଉଣ୍ଡ ଜିରୋ ରିପୋର୍ଟ