ଯବାନ ଜାଳିଲେ ଦୀପ, ପାଳିଲେ ଦୀପାବଳୀ ! ଦେଶ ପାଇଁ କଲେ ମଙ୍ଗଳ କାମନା ।

67

କନକ ବ୍ୟୁରୋ : ରାତିପାହିଲେ ଦୀପାବଳୀ । ସାଜସଜ୍ଜାରେ ଚମକି ଉଠିଲାଣି ସାରା ଭାରତ । ଦୀପାବଳୀକୁ ନେଇ ସମସ୍ତଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ମାହୋଲ । ଆଉ ଏହାରି ଭିତରେ ସୀମାରେ ଦୀପାବଳୀ ପାଳିଛନ୍ତି ଯବାନ । ସାରା ଦେଶରେ ଲୋକ ଦୀପାବଳୀକୁ ଧୁମଧାମରେ ପାଳନ କରୁଥିବାବେଳେ ସୀମାରେ ଯବାନମାନେ ନିଜ ଘରଠାରୁ ଦୂରରେ ରହି ମଧ୍ୟ ଏଥିରୁ ବାଦ ପଡ଼ି ନାହାନ୍ତି । ଦେଶର ସୁରକ୍ଷା ପାଇଁ ଦିନ ରାତି ସୀମାରେ ଶତ୍ରୁକୁ ଜଗୁଥିବା ଯବାନ ଦୀପାବଳୀ ଆନନ୍ଦ ଉଲ୍ଲାସରେ ପାଳନ କରିଛନ୍ତି ।

ଜମ୍ମୁ ସୀମାର ଆରଏସପୁରା ସେକ୍ଟରରେ ଆଲୋକର ପର୍ବ ଦୀପାବଳୀକୁ ପାଳନ କରିଛନ୍ତି ଯବାନ । ଦୀପ, ମହମବତୀ, ଝୁରଝୁରୀ ଫୁଟାଇ ପରସ୍ପର ଭିତରେ ମିଠା ଖୁଆଇ ଏହି ପର୍ବକୁ ପାଳିତ କରିଛନ୍ତି ଯବାନ । ଏହା ସହ ଦେଶବାସୀଙ୍କୁ ଦୀପାବଳୀର ଅନେକ ଶୁଭକାମନା ଜଣାଇଛନ୍ତି । କିଛି ସମୟ ଦୀପାବଳୀ ପର୍ବକୁ ପାଳନ କରିବା ପରେ ସୀମାରେ ସୁରକ୍ଷା ପାଇଁ ବାହାରି ପଡ଼ିଥିଲେ ଯବାନ । ଦେଶବାସୀ ନିର୍ଭୟରେ ଦୀପାବଳୀ ପର୍ବ ପାଳନ କରନ୍ତୁ ବୋଲି କହିଛନ୍ତି ଯବାନ । ଏହି ସମୟରେ ଆତଙ୍କବାଦୀ କୌଣସି ଅଘଟଣ ଘଟାଇପାରନ୍ତି ସେଥିପାଇଁ କଡ଼ା ସୁରକ୍ଷାର ପହଂରା ସୀମାରେ ଦେଇଥାନ୍ତି ଯବାନ ।