ବିଚ୍ଛିନ୍ନାଂଚଳରେ ଦେବଦୂତ ସାଜିଲେ ଯବାନ ! ଗର୍ଭବତୀଙ୍କୁ ଗୁରୁପ୍ରିୟା ନଦୀ ପାର କରି ନେଲେ ଡାକ୍ତରଖାନା

52

କନକ ବ୍ୟୁରୋ: ବିଚ୍ଛିନ୍ନାଂଚଳରେ ଦେବଦୂତ ସାଜିଲେ ଯବାନ । ଗର୍ଭବତୀଙ୍କୁ ଗୁରୁପ୍ରିୟା ନଦୀ ପାର କରିବା ପରେ ଡାକ୍ତରଖାନାରେ ପହଂଚାଇଲେ ବିଏସଏଫ ଯବାନ । ମାଲକାନଗିରି ଚିତ୍ରକୋଣ୍ଡା ଜାନବାଇ ଗାଁର ଜଣେ ଗର୍ଭବତୀଙ୍କ ଅବସ୍ଥା ଗୁରୁତର ହେବାରୁ ଖବର ପାଇ ବିଏସଏଫ ଯବାନ ଗାଁରେ ପହଂଚି ମହିଳାଙ୍କୁ ନେଇ ବୋଟ ସାହାଯ୍ୟରେ ଗୁରୁପ୍ରିୟା ନଦୀ ପାର କରିବା ପରେ ଚିତ୍ରକୋଣ୍ଡା ହସପିଟାଲରେ ଭର୍ତ୍ତି କରିଛନ୍ତି । ସେଠାରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଉଭୟ ମା ଓ ଶିଶୁ ଏବେ ସୁସ୍ଥ ଅଛନ୍ତି ।

ତେବେ ଯବାନଙ୍କ ଏଭଳି ପଦକ୍ଷେପ କୌଣସି ନୂଆ ଘଟଣା ନୁହେଁ, ଏହା ପୂର୍ବରୁ ଏଭଳି ଅନେକ ଘଟଣା ସାମ୍ନାକୁ ଆସିସାରିଛି । ନିକଟରେ ଲାଲକରିଡରର ଘଂଚ ଜଙ୍ଗଲରେ ବାଉଁଶ ଭାରରେ ଜଣେ ଆହତ ମହିଳାଙ୍କୁ ସିଆରପିଏଫ୍ ଯବାନମାନେ କାନ୍ଧରେ ବୋହି ନେବା ଘଟଣା ସାମ୍ନାକୁ ଆସିଥିଲା । ଜଙ୍ଗଲରେ ପାଦେ ପାଦେ ବିପଦ ଥିଲେ ସୁଦ୍ଧା ତାକୁ ଖାତିର ନକରି ଯବାନମାନେ ଆହତ ମହିଳାଙ୍କୁ । ଆଉ ଏହି ବୋହି ନେଇଥିଲେ ଡାକ୍ତରଖାନା ।

ଖାଲି ଏତିକି ନୁହେଁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ଯବାନମାନେ ଜଙ୍ଗଲ ଭିତରେ ମହିଳାଙ୍କୁ ଭାରରେ ବୋହି ଆଣିବା ବାଟରେ ମାଓବାଦୀ ଖଂଜିଥିବା ଏକ ପ୍ରେସର ବୋମା ବିସ୍ଫୋରଣର ଶିକାର ମଧ୍ୟ ହୋଇଥିଲେ ଆଉ ଏଥିରେ ଜଣେ ସିଆରପିଏଫ ଯବାନ ଆହତ ମଧ୍ୟ ହୋଇଥିଲେ । ହେଲେ ପଛକୁ ନହଟି ଯବାନଙ୍କ ପାଦ । ଏବଂ ପ୍ରତି ମୁହୂର୍ତରେ ବିପଦକୁ ସାମ୍ନା କରି ରକ୍ତମୁଖା ଲାଲବାହିନୀ ସହ ଲଢୁଥିବା ଯବାନମାନେ ମହିଳାଙ୍କୁ ସୁରକ୍ଷିତ ଭାବେ ଡାକ୍ତରଖାନାରେ ପହଂଚାଇଥିଲେ ।