ମାଲକାନଗିରି ବିଚ୍ଛିନ୍ନାଚଂଳରେ ବ୍ୟାଙ୍କ ଆଗରେ ପ୍ରବଳ ଭିଡ : ବିଏସଏଫ ଯବାନ ଲାଇନରେ ଥିବା ଗ୍ରାହକଙ୍କୁ ବାଂଟିଲେ ଚା ପାଣି

21

ମାଲକାନଗିରି : ଟଙ୍କା ପାଇଁ ଟେନସନ ଲାଗି ରହିଥିବା ବେଳେ ଏବେ ବି ବ୍ୟାଙ୍କ ସାମନାରେ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଲୋକ ଘଂଟା ଘଂଟା ଧରି ଲାଇନରେ ଛିଡା ହୋଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ମାଓ ପ୍ରବଣ ମାଲକାନଗିରି ଜିଲ୍ଲା ଚିତ୍ରାକୋଣ୍ଡା ଷ୍ଟେଟବ୍ୟାଙ୍କ ସାମନାରେ ଲୋକଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ବିଏସଏଫ ଯବାନଙ୍କ ମହାନତାର ଆଉ ଏକ ନିଦର୍ଶନ ଦେଖିବାକୁ ମିଳିଛି ।

ଲାଇନରେ ଛିଡା ହୋଇଥିବା ଗ୍ରାହକଙ୍କୁ ମାଗଣାରେ ଚା ଓ ପାଣି ଯୋଗାଇଦେଇଛନ୍ତି ଯବାନ । ବିଏସଏଫ ଯବାନଙ୍କଏଭଳି ଜନସେବା କାମକୁ ସାଧାରଣରେ ପ୍ରଶଂସା କରାଯାଇଛି । ଗତ ୩ ଦିନ ଧରି ବିଏସଏଫ ଯବାନ ମାନେ ଏଭଳି ଜନସେବା କରୁଛନ୍ତି ।