ଜନ୍ମମାଟିରେ ପହଂଚିଲା ବିଏସଏଫ ଯବାନ ସହିଦ ପୀତବାସ ମାଝୀଙ୍କ ମରଶରୀର

39

ନୂଆପଡା : ଜମ୍ମୁ- କାଶ୍ମୀରର ଉରି ସେକ୍ଟରରେ ଓଡିଆ ବିଏସଏଫ ଯବାନ ପୀତବାସ ମାଝି ସହିଦ ହୋଇଛନ୍ତି । ନୂଆପଡା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଦାନୋଝଲାରେ ତାଙ୍କ ମରଶରୀର ପହଂଚିଛି । ଏକ ସ୍ୱତନ୍ତ୍ର ବିମାନରେ ତାଙ୍କ ମରଶରୀର ରାୟପୁରରେ ପହଂଚିବା ପରେ ସଡକ ପଥରେ ତାଙ୍କ ଗାଁକୁ ଅଣାଯାଇଛି । ସେଠାରେ ରାଷ୍ଟ୍ରୀୟ ମର୍ଯାଦା ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ । ଗତ ରବିବାର ଉରିରେ ସେନା କ୍ୟାମ୍ପସ ଉପରେ ଆତଙ୍କବାଦୀ ହାମଲା ପରେ ହୋଇଥିବା କମ୍ବିଂରେ ଆହତ ହୋିଥିଲେ ପୀତବାସ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । କେମିତି ଥିଲା ସହିଦ ଯବାନଙ୍କ ଗାଁର ସ୍ଥିତି ଦେଖନ୍ତୁ ଏହି ଭିଡିଓରେ :