ଦେଶସେବା କରିବା ପାଇଁ ଇଚ୍ଛୁକ ଅଛନ୍ତି କି ? ବିଏସଏଫ୍ ରେ ବାହାରି ଯାଇଛି ଭ୍ୟାକେନ୍ସି,ଏଭଳି କରନ୍ତୁ ଆବେଦନ ।

42

ବୋର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍) ର ଉପ-ନିରୀକ୍ଷକ (ଏସଆଇ) ରେ ୨୨୪ ଟି ପଦ ପାଇଁ ଭ୍ୟାକେନ୍ସି ବାହାରି ଯାଇଛି । ଯଦି ଆପଣ ମଧ୍ୟ ଦେଶସେବା କରିବା ପାଇଁ ଇଚ୍ଛୁକ ଅଛନ୍ତି ଏବଂ ଏଭଳି ଏକ ସୁଯୋଗର ଅପେକ୍ଷାରେ ଅଛନ୍ତି ତେବେ ଏହି ସୁଯୋଗକୁ ହାତଛଡା ନକରି ଏହାର ସମ୍ପୁର୍ଣ୍ଣ ବିବରଣୀ ଜାଣିନିଅନ୍ତୁ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀ ୩୨ ବର୍ଷ ବୟସର ହେବା ଆବଶ୍ୟକ ।

ଆବେଦନ କରିବା ଶେଷ ତାରିଖ : ୨୬ ଅକ୍ଟୋବର,୨୦୧୮

ଶିକ୍ଷାଗତ ଯୋଗ୍ୟତା : ଆବେଦକ ଯେକୌଣସି ମାନ୍ୟତା ପ୍ରାପ୍ତ ଶିକ୍ଷାଳୟରେ ଗ୍ରାଜୁଏସନ୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ଚୟନ ପ୍ରକ୍ରିୟା : ପିଇଟି,ମେଡିକାଲ୍ ପରୀକ୍ଷା ଏବଂ ପ୍ରତିଯୋଗୀ ପରୀକ୍ଷା ଆଧାରରେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ ।

କିଭଳି କରିବେ ଆବେଦନ : ଆବେଦନ ପ୍ରକ୍ରିୟା ଅଫଲାଇନ୍ ରେ କରିବାକୁ ପଡିବ । ଆବେଦନକୁ ନିର୍ଦ୍ଧାରିତ ଫର୍ମାଟ୍ ମାଧ୍ୟମରେ ୨୬ ଅକ୍ଟୋବରରେ ନିର୍ଦ୍ଧାରିତ କେନ୍ଦ୍ରକୁ ପଠାଇବାକୁ ପଡିବ ।