ବିଏସଏଫ ଯବାନଙ୍କୁ ନୂତନ ତାଲିମ ! ପାକିସ୍ତାନକୁ ମାତ୍ ଦେବା ପାଇଁ ଇସ୍ରାଏଲ ସ୍ନାଇପର୍ ଠାରୁ ତାଲିମ ନେବେ ସେନା ।

43

ଲାଇନ ଅଫ କଣ୍ଟ୍ରୋଲ (ଏଲ.ଓ.ସି) ଠାରେ ପାକିସ୍ତାନ କୂଟନିତୀ ପ୍ରୟୋଗ କରି ଭାରତୀୟ ବିଏସଏଫ ଯବାନଙ୍କୁ ସ୍ନାଇପିଙ୍ଗ ଜରିଆରେ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି । ଏହାର ପ୍ରତିଯବାବ ଦେବାପାଇଁ ଭାରତକୁ ମିଳିଛି ଏକ ନୂଆ ଉପାୟ । ଖୁବ ଶୀଘ୍ର ଭାରତୀୟ ବର୍ଡର ସିକ୍ୟୁରିଟି ଫୋର୍ସ ଏବେ ଇସ୍ରାଏଲ ସ୍ନାଇପିଙ୍ଗଙ୍କ ଠାରୁ ପ୍ରଶିକ୍ଷଣ ନେବା ପାଇଁ ନିଷ୍ପତି ନେଇଛନ୍ତି । ଏନେଇ ଗୃହମନ୍ତ୍ରୀ ରାଜନାଥ ସିଂଙ୍କୁ ବିଏସଏଫ ବରିଷ୍ଠ ଅଧିକାରୀ ଏକ ପ୍ରସ୍ତାବ ଚିଠି ମାଧ୍ୟମରେ ଦେଇଥିବା ଜଣାପଡିଛି ।

ଏହି ସ୍ନାଇପର ପ୍ରଶିକ୍ଷଣ ନେବା ପାଇଁ ବିଏସଏଫର କିଛି କମାଣ୍ଡର ଇସ୍ରାଏଲ ସ୍ନାଇପର୍ସଙ୍କ ସହ ଅଭ୍ୟାସ କରିବେ ବୋଲି ସୂଚନା ମିଳିଛି । ଗୃହମନ୍ତ୍ରଣାଳୟରୁ ମଞ୍ଜୁରି ମିଳିବା ପରେ ଆସନ୍ତା ଜୁଲାଇ ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ଇସ୍ରାଏଲରେ ହେବାକୁଥିବା ସ୍ନାଇପର ପ୍ରତିଯୋଗିତାରେ ବିଏସଏଫର ଏକ ଟିମ ଭାଗ ନେବା ପାଇଁ ଇସ୍ରାଏଲ ଯିବ । ସୂଚନା ମୁତାବକ ଯଦି ଏହାକୁ ନେଇ ସମସ୍ତ ପଦକ୍ଷେପ ଉଚିତ୍ ରହେ ତେବେ ଆଗାମୀ ଦିନରେ ବିଏସଏଫର ଦ୍ୱିତୀୟ ଟିମ ଇସ୍ରାଏଲର ସ୍ନାଇପର୍ସ କ୍ୟାମ୍ପକୁ ଯାଇ ତାଲିମ ନେବ ବୋଲି ଜଣାପଡିଲେ ।

ଗୁଇନ୍ଦା ବିଭାଗ ସୂଚନା ଅନୁସାରେ ବର୍ତ୍ତମାନ ଲାଇନ ଅଫ୍ କଣ୍ଟ୍ରୋଲ (ଏଲଓସି) ଠାରେ ପାକିସ୍ତାନର ୧୪୫ରୁ ଅଧିକ ସ୍ନାଇପର୍ସ ମୂତୟନ ଅଛନ୍ତି । ଯେଉଁମାନେ ବର୍ତ୍ତମାନ ଭାରତକୁ ଟାର୍ଗେଟ କରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ଗୁଇନ୍ଦା ବିଭାଗକୁ ସୁଚନା ମିଳିଛି । କାରଣ ପାକିସ୍ତାନ ତାର ଦକ୍ଷ ସ୍ନାଇପରମାନଙ୍କୁ ଭିନ୍ନ ଭିନ୍ନ ଡିଓପି ଠାରେ ନିୟୋଜିତ କରିଥିବା ସୁରାଖ ଭାରତୀୟ ଗୁଇନ୍ଦା ବିଭାଗ ହାତରେ ଲାଗିଛି । ପାକିସ୍ତାନ ଏଭଳି ସର୍ପା ସୁଟରଙ୍କ ଜରିଆରେ ପୂର୍ବରୁ ଅନେକଥର ଭାରତୀୟ ବିଏସଏଫ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ଉଦ୍ୟମ କରିଛି ।

ଏକ ରିପୋର୍ଟ ମୁତାବକ ଏଲଓସିର ଅପରପକ୍ଷେ ପାକିସ୍ତାନ ଅଧିକୃତ କାଶ୍ମୀର ଠାରେ ପାକିସ୍ତାନୀ ଯବାନ ମଚ୍ଛଳ, ଉରୀ, ତଙ୍ଗଧାର, ପୁଂଛ୍ , ବିମ୍ବର ଗାଲୀ, ରାମପୁର, କୃଷ୍ଣା ଘାଟୀ ଭଳି ସ୍ଥାନରେ ନିଜର ଦକ୍ଷ ସ୍ନାଇପରଙ୍କୁ ନିୟୋଜିତ କରିଛି । ପାକିସ୍ତାନ ଭାରତୀୟ ଜବାନଙ୍କୁ ଗୁଳି କରିବା ପାଇଁ ଏହି ଆତଙ୍କୀ ସ୍ନାଇପର୍ସଙ୍କୁ ୧ଲକ୍ଷ ଟଙ୍କା ମଧ୍ୟ ଦେଉଥିବା ଖବର ମିଳିଛି । କାରଣ ପି.ଓ.କେ କ୍ୟାମ୍ପରେ ଏହି ସ୍ନାଇପର୍ସମାନଙ୍କୁ “ସ୍ପେଶାଲ ଅପରେସନ ଟିମ” ଭଳି ପ୍ରଶିକ୍ଷଣ ଦିଆଯାଇଥାଏ । କେବଳ ବର୍ଡର ଉପରେ ନୁହେଁ ବରଂ ବିଶ୍ୱର ଆତଙ୍କୀ ସଂଗଠନ ଯଥା ଲସ୍କର-ଇ-ତୋଇବା, ଜୈଶ ଏବଂ ହିଜବୁଲ ଭଳି ଆତଙ୍କି ସଂଗଠନରେ ପାକିସ୍ତାନ ଏହି ସ୍ନାଇପର୍ସକୁ ଭର୍ତ୍ତି କରାଉଛି । ତେଣୁ ପାକିସ୍ତାନର ଏଭଳି ଚକ୍ରାନ୍ତକୁ ରୋକିବାକୁ ହେଲେ ଇସ୍ରାଏଲ ସ୍ନାଇପର୍ସଙ୍କ ଭଳି ଭାରତୀୟ ଯବାନଙ୍କୁ ମଧ୍ୟ ଏହାର ତାଲିମ ନେବା ଆବଶ୍ୟକ ହୋଇ ପଡିଛି ।