ସୁଧୁରୁନି ପାକିସ୍ତାନ ! ୨୪ ଘଂଟାରେ ଶତ୍ରୁଦେଶର ୩ଟି ଡ୍ରୋନ୍ ଖସାଇଲା ଭାରତୀୟ ସେନା

227

କନକ ବ୍ୟୁରୋ : ପାକିସ୍ତାନ ମାଟିରେ ଏୟାରଷ୍ଟ୍ରାଇକ ପରେ ସୁଯୋଗ ଖୋଜୁଛି ପାକିସ୍ତାନ । ବାରମ୍ବାର ଭାରତରେ ପାକ୍ ଡ୍ରୋନ୍ ଦେଖିବା ପାଇଁ ମିଳୁଛି । ତେବେ ଭାରତୀୟ ସେନା ମଧ୍ୟ ପାକିସ୍ତାନକୁ ସୀମାରେ କଡ଼ା ଜବାବ ଦେଉଛନ୍ତି । ବିଗତ ୨୪ ଘଂଟା ଭିତରେ ପାକିସ୍ତନାର ୩ଟି ଡ୍ରୋନ୍ ଖାସଇଛି ଭାରତୀୟ ସେନା । ପଞ୍ଜାବର ଫାଜିକ୍କୋରେ ଆଜି ବିଏଏଏଫ ଯବାନମାନେ ପାକିିସ୍ତାନର ଏକ ଡ୍ରୋନକୁ ମାରି ଖସାଇଛନ୍ତି । ଡ୍ରୋନ୍ ସାହାଯ୍ୟରେ କୌଣସି ଲକ୍ଷ୍ୟଭେଦ କରି ବିସ୍ଫୋରଣ କରିବାର ଷଡ଼ଯନ୍ତ୍ର ରଚିଥିବଲା ପାକିସ୍ତାନ ।  ହେଲେ ପାକିସ୍ତାନର ଏହି ଷଡ଼ଯନ୍ତ୍ରକୁ ପୁଣି ମାତ୍ ଦେଇଛନ୍ତି ଭାରତୀୟ ସେନା ।

ଏହାପୂର୍ବରୁ ରାଜସ୍ଥାନର ବିକାନେରରେ ଭାରତୀୟ ସେନା ପାକିସ୍ତାନର ଏକ ଡ୍ରୋନକୁ ମାରି ଖସାଇଥିଲା । ତାଫୁର୍ବରୁ ରାଜସ୍ଥାନର ସୀମାରୁ ଶୀଗଙ୍ଗାନଗରରେ ପଶିଥିବା ପାକିସ୍ତାନର ଡ୍ରୋନକୁ ବାୟୁ ରକ୍ଷା ୱିଙ୍ଗ ଦ୍ୱାରା ଖସାଇ ଦିଆଯାଇଥିଲା  । ବାଲାକୋଟରେ ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାକ ପରେ ପାକସ୍ତାନ ବାରମ୍ବାର ଅସ୍ତବିରତି ଉଲ୍ଲଂଘନ ରୁଛି । ଭାରତରେ ଡ୍ରୋନ୍ ସାହଯ୍ୟରେ ଅନୁପ୍ରେବେଶ କରିବା ପାଇଁ ଚ୍ଷେଟା କରୁଛି ।

ମତାମତ

Your email address will not be published.