ଭୁବନେଶ୍ୱରରେ ଚାଲିଛି ବେଧଡକ ନିଶା କାରବାର ! ମଂଚେଶ୍ୱର ଓ ହଳଦିପଡିଆ ଅଂଚଳରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଜବତ ।

77

କନକ ବ୍ୟୁରୋ : ଭୁବନେଶ୍ୱରରେ ଚାଲିଛି ବେଧଡକ ନିଶା କାରବାର ବେପାର । ମଂଚେଶ୍ୱର ଓ ହଳଦିପଡିଆ ଅଂଚଳରୁ ୧୦୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୁଲ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି କହିଛି କମିଶନରେଟ୍ ପୋଲିସ୍ । ଏହି ମାମଲାରେ ୨ ଜଣଙ୍କୁ ଗିରଫ କରି ତନାଘନା ଜାରି ରଖିଛି ପୋଲିସ୍ ।

ଗଞ୍ଜେଇ ବେପାରର ହବ ପାଲଟିଛି ରାଜଧାନୀ। ନାର୍କୋଟିକସ ବିଭାଗ ଓ ଅବକାରୀ ବିଭାଗଠାରୁ ଆରମ୍ଭ କରି ଥାନା ପୁଲିସ, କ୍ୟୁଏଟି, ସ୍ପେସାଲ୍ ସ୍କ୍ଵାଡପୁଲିସ ମିଳିତଭାବେ ଜଗି ଜଗି ଗୁଡ଼ାଏ ବେପାରୀଙ୍କୁ ବାନ୍ଧୁଛନ୍ତି। ମାତ୍ର ବେପାର ଥମିବା ନାଁ ଧରୁନାହିଁ। ପୁଲିସର ଗିରଫଦାରୀ ସହ ତାଳ ଦେଇ ମାଫିଆମାନେ ସେମାନଙ୍କ ବେପାର ଜାରି ରାଖିଛନ୍ତି। ଚୋରା ଚାଲାଣ ପ୍ରତିଦିନ ହେଉଛି।

ବସରେ ଯେତିକି କାରରେ ସେତିକି। ପୁଲିସର ଗିରଫଦାରୀ ରାଜଧାନୀର ଚୋରା ଗଞ୍ଜେଇ ବେପାରରେ ରୋକ ଲଗାଇବା ସମ୍ଭବ ହୋଇନାହିଁ। କାରଣ ଯେଉଁମାନେ ଧରାପଡ଼ୁଛନ୍ତି, ସେମାନେ ଚାଲାଣକାରୀ। ଗଂଜେଇ ବେପାର ଜୋରସୋର ଚାଲିଥିବା ବେଳେ ଏବେ ବ୍ରାଉନସୁଗାର ବେପାର ପାଇଁ ଆଡ୍ଡାସ୍ଥଳୀ ପାଲଟିଛି ରାଜଧାନୀ ।