ବାଲେଶ୍ୱରରେ ବେଧଡକ ଚାଲିଛି ବ୍ରାଉନ ସୁଗାର କାରବାର । ଅରଡ ବଜାରରୁ ଜବତ ହେଲା ଦେଢ କେଜିର ବ୍ରାଉନସୁଗାର, ୪ ଗିରଫ

ଅରଡ ବଜାରରୁ ଦେଢ କେଜିର ବ୍ରାଉନ ସୁଗାର ଜବତ ହୋଇଛି ।

170

କନକ ବ୍ୟୁରୋ: ବାଲେଶ୍ୱରରେ ବିଭିନ୍ନ ଅଂଚଳରେ ବେଧଡକ ଚାଲିଛି ବ୍ରାଉନ ସୁଗାର କାରବାର । ଅରଡ ବଜାରରୁ ଦେଢ କେଜିର ବ୍ରାଉନ ସୁଗାର ଜବତ ହୋଇଛି । ପ୍ରାୟ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହି ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି । ଅରଡ ବଜାରରୁ ଫୁଲାଡି ରାସ୍ତାରେ ସହଦେବଖୁଂଟା ପୁଲିସ ଓ କେନ୍ଦ୍ରୀୟ ଅବକାରୀ ଟିମ ଦ୍ୱାରା ବ୍ରାଉନସୁଗାର ଜବତ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଦହପଡ଼ା ପଚା ଛକ ନିକଟରେ ଆଜି ଚଢାଉ କରାଯାଇଥିଲା ସେଠାରେ ଏକ କାର୍ (ODO1W-୭୯୯୫) ଠିଆ ହେବାର ଦେଖିବାକୁ ପାଇଥିଲେ। ପୁଲିସ ସେହି କାର ଉପରେ ଚଢାଉ କରି ୪ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୧ କିଲୋଗ୍ରାମ୍ ୬୦୦ ଗ୍ରାମ୍ ପରିମାଣର ବ୍ରାଉନସୁଗାର ଜବତ କରିଥିଲା।

ଗିରଫ ବ୍ୟକ୍ତିମାନେ ହେଲେ ସେଖ୍ ମକସଦ୍ (୩୫),ଶେଖ୍ ରାଜୁ (୩୦),ଶେଖ୍ ଅବୁସେନ୍ (୨୮),ଶେଖ୍ ଜାମସେଦ୍ ଅଲ୍ଲୀ (୫୩) । ଏମାନଙ୍କ ଭିତରୁ ମାଷ୍ଟରମାଇଣ୍ଡ ବୋଲି କୁହାଯାଉଥିବା ସେଖ୍ ମକସଦର ଘର ଜଳେଶ୍ୱରର ରାଜପୁର ଗ୍ରାମରେ,ଆଉ ଅନ୍ୟଜଣଙ୍କ ଘର ଅରଡ଼ ବଜାରରେ ବୋଲି ଜଣାପଡ଼ିଛି। ଏମାନଙ୍କୁ ଏକ କାର୍ ଏବଂ ଏକ ବୁଲେଟ୍ ଏସକଟ୍ କରି ଆଣୁଥିବା ଜଣାଯାଇଛି। ପୁଲିସ୍ ସେହି କାର ଏବଂ ବୁଲେଟକୁ ବି ଜବତ କରିଛି । ଏମାନେ ମାଛ ବ୍ୟବସାୟ ଆଳରେ ବ୍ରାଉନ ସୁଗାର ବେପାର କରୁଥିବା ଜଣାଯାଇଛି।