ସିଲଭର ସିଟିରେ ମାତିଛନ୍ତି ଧଳା ଜହର ବେପାରୀ ! ଦାମୀ ସିଗାରେଟ ଭିତରେ ଆସୁଛି ବ୍ରାଉନ ସୁଗାର ଓ ଗଞ୍ଜେଇ

30

କନକ ବ୍ୟୁରୋ : ସିଲଭର ସିଟିରେ ମାତିଛନ୍ତି ଧଳା ଜହର ବେପାରୀ । ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ କଟକ ଜୋବ୍ରା ଅଂଚଳରୁ ଦୁଇ ଭାଇଙ୍କୁ ଗିରଫ କରାଯାଇଛି । ଦାମୀ ସିଗାରେଟ ଜରିଆରେ ବ୍ରାଉନ ସୁଗାର ଓ ଗଂଜେଇ ବ୍ୟବସାୟ ଚଳାଇଥିବା ନେଇ ଖବର ପାଇ ଦୁଇ ଭାଇ ମନୋଜ କାହାଳୀ ଓ ଦିଲ୍ଲୀପ କାହାଳୀଙ୍କୁ ଗିରଫ କରିଛି ଅବକାରୀ ଫ୍ଲାଇଂ ସ୍କ୍ୱାଡ । ଏମାନଙ୍କ ଠାରୁ ୮ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ । ଏହାସହ ୫ କିଲୋଗ୍ରାମର ଗଞେଇ ମଧ୍ୟ ଜବତ ହୋଇଛି ।

ଗିରଫ ଅଭିଯୁକ୍ତ ଦୁଇ ଜଣ ବହୁ ଦିନରୁ ଜୋବ୍ରା ଅଂଚଳରେ ଏଭଳି ବ୍ୟବସାୟ ଚଳାଇ ଆସୁଥିଲେ ବୋଲି ସ୍ୱାର୍ଡ ଅଧିକାରୀ ସୂଚନା ଦେଇଛନ୍ତି । କଟକ ଭଳି ଜନଗହଳି ଅଂଚଳରେ ଏଭଳି ବ୍ୟବସାୟ ପଛରେ କିଛି ର୍ୟାକେଟ କାମ କରୁଥିବା ସନ୍ଦେହ କରିଛି ଅବକାରୀ ବିଭାଗ । ତେଣୁ ପୂର୍ବରୁ ନିଶା କାରବାର ଅଭିଯୋଗରେ କଟକରୁ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତଙ୍କ ସହ ଏମାନଙ୍କ ଲିଙ୍କ ରହିଛି କି ନାହିଁ ତାହାର ଯାଞ୍ଚ ଚାଲିଛି ।