ଚଳିତ ବର୍ଷ ଘୋଷଯାତ୍ରା ପାଇଁ ପ୍ରସ୍ତୁତି : ରଥ ନିର୍ମାଣ ପାଇଁ ଶ୍ରୀକ୍ଷେତ୍ରରେ ପହଂଚିଛି ପ୍ରଥମ ପର୍ଯ୍ୟାୟର ରଥକାଠ

94

କନକ ବ୍ୟୁରୋ :  ଚଳିତ ବର୍ଷ ଘୋଷଯାତ୍ରାର ରଥନିର୍ମାଣ ପାଇଁ ପ୍ରଥମ ପର୍ଯ୍ୟାୟରେ ନୟାଗଡ଼ ବନଖଣ୍ଡରୁ ୨ଟି ଟ୍ରକ କାଠ ଆଜି ପୁରୀରେ ପଂହଚିଛି । ଶ୍ରୀଜିଉଙ୍କ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠ ଆବଶ୍ୟକ ରହିଛି ।  ହେଲେ ଗତବର୍ଷର କାଠ ବଳକା ଥିବାରୁ ନୟାଗଡ଼ ଓ ଦଶପଲ୍ଲା ବନଖଣ୍ଡ ଅଧିକାରୀଙ୍କୁ ୬୪୮ ଖଣ୍ଡ କାଠ ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଆଜି ନୟାଗଡ଼ ବନଖଣ୍ଡ ଅଧିକାରୀ ୫୦ ଖଣ୍ଡ ରଥକାଠ ପଠାଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏହି କାଠକୁ ଶ୍ରୀନଅର ରଥଖଳାରେ ରଖାଯାଇଛି । ପରମ୍ପରା ଅନୁଯାୟୀ ଶ୍ରୀପଂଚମୀ ଦିନ ରଥକାଠ ଅନୂକୁଳ କରାଯିବା ବେଳେ ରାମନବମୀ ଠାରୁ କାଠ ଚିରଟ ଆରମ୍ଭ ହେବ । ଏହାପରେ ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କ ଆଜ୍ଞାମାଳ ମିଳିବା ପରେ ରଥ ନିର୍ମାଣ ବିଧିବଦ୍ଧ ଭାବେ ଆରମ୍ଭ କରାଯିବ ।

ଏହାସହ ଦେଖନ୍ତୁ ଏହି ଭିଡିଓ –