ସମ୍ପତି ପାଇଁ କଳି ! ଭଦ୍ରକର ଖେରଙ୍ଗ ଗାଁରେ ମା ଓ ଝିଅକୁ ମରଣାନ୍ତକ ଆକ୍ରମଣ

53

କନକ ବ୍ୟୁରୋ : ଜମିଜମା ବିବାଦକୁ ନେଇ ଭଦ୍ରକ ଚାନ୍ଦବାଲି ବ୍ଲକ ଖେରଙ୍ଗ ଗାଁରେ ମା ଓ ଝିଅକୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଆକ୍ରମଣ ଆଉ କେହି ନୁହେଁ ସଂପୃକ୍ତ ଝିଅର ବଡଭାଇ ଓ ବଡ ଭାଉଜ କରିଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ, ଏହି ଗାଁର ରେଣୁକା ମାଝି ଓ ତାଙ୍କ ମା ବାୟାଣୀ ନିଜ ଅଳ୍ପ ଚାଷଜମିକୁ ଭାଗଚାଷ ପାଇଁ ଦେଇଥିଲେ । କିନ୍ତୁ ଆଜି ଉଭୟ ଚାଷ କାମ ପାଇଁ ବିଲକୁ ଯାଇଥିବାବେଳେ ବାୟାଣୀଙ୍କ ବଡପୁଅ ଗଜେନ୍ଦ୍ର ମାଝି ଓ ତାଙ୍କ ସ୍ତ୍ରୀ ରେଣୁକା ମା’ ଝିଅଙ୍କୁ ବାଉଁଶରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଥାନାରେ ରେଣୁକା ଅଭିଯୋଗ କରିଛନ୍ତି ନ୍ୟାୟ ମାଗିଛନ୍ତି ।

ସୂଚନାଯୋଗ୍ୟ, ଖେରଙ୍ଗ ପଂଚାୟତ ନିରାକାର ମାଝୀଙ୍କ ବଡ଼ ପୁଅ ବିବାହ ପରେ ପରେ ନିଜ ପତ୍ନୀକୁ ନେଇ ଅନ୍ୟତ୍ର ରହୁଥିବା ବେଳେ ବାପା ମା’ଙ୍କ ଭରଣ ପୋଷଣ କରିବା କିମ୍ବା କୌଣସି ଦାୟିତ୍ୱ ନେଉ ନ ଥିଲେ ।  ନିରାକାର ମାଝି ତାଙ୍କ ନାମରେ ଥିବା କିଛି ଜମିରେ ଭାଗ ଚାଷ ଦେଇ ଯାହା ଧାନ ମିଳେ ସେଥିରେ ୪ପ୍ରାଣୀକୁଟୁମ୍ବ ଚଳାଉଥିଲେ । ହେଲେ ଗତ ଦୁଇ ବର୍ଷ ତଳେ ନିରାକାରଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ନିରାକାରଙ୍କ ପତ୍ନୀ ବାୟାଣୀ ମାଝି, ଝିଅ ରେଣୁକା ମାଝୀ (୩୦) ଓ ସାନ ପୁଅ ରାଜେନ୍ଦ୍ର ମାଝି(୩୫)ଙ୍କୁ ନେଇ ବଡ଼ କଷ୍ଟରେ ଚଳୁଥିବା ବେଳେ ଉକ୍ତ ଜମିକୁ ଭାଗ ଚାଷୀଙ୍କୁ ଦେଇ ଭାଗଧାନରେ ପରିବାର ଚଳାଉଥିଲେ ।

ନିରାକାରଙ୍କ ମୃତ୍ୟୁ ପରେ ବାଇଆଣୀ ମାଝୀଙ୍କ ବଡ଼ ପୁଅ ଗଜେନ୍ଦ୍ର ମାଝୀ କୈାଣସି ଦାୟିତ୍ୱ ନେଉନଥିବା ବେଳେ ଜମିକୁ ବଳପୂର୍ବକ ଦଖଲରେ ନେବା ପାଇଁ ଉଦ୍ୟମ ଚଳାଉଥିଲେ । ନିଜ ପରିବାର ଠାରୁ ଅଲଗା ରହି ଥିବା ବେଳେ ପତ୍ନୀଙ୍କ କଥାରେ ସେ ଏପରି ଉଦ୍ୟମ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ପୂର୍ବରୁ ବାଇଆଣୀ ମାଝୀ ଥାନାରେ ଦ୍ୱାରସ୍ଥ ହୋଇଥିବା ବେଳେ ଥାନା ବାବୁ ଏ ଦିଗରେ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ କରିଥିଲେ । ଆଜି ଉକ୍ତ ଜମିକୁ ଚାଷ କରିବା ପାଇଁ ଯାଇଥିବା ବେଳେ ଗଜେନ୍ଦ୍ର ମାଝି ତାଙ୍କ ପତ୍ନୀ ରୁପା ମାଝି ଜମିରେ ପହଞ୍ଚି ତାଙ୍କୁ ବାହୁଙ୍ଗିରେ ନିସ୍ତୁକ ମାଡ ମାରିଥିଲେ । ଭାଉଜ ବାହୁଙ୍ଗିରେ ପାହାର ମାରୁଥିବା ବେଳେ ଭାଇ ଗଜେନ୍ଦ୍ର ତାଙ୍କ ଭଉଣୀକୁ କାଦୁଅରେ ପୋତି ମାରିଦେବାକୁ ଉଦ୍ୟମ କରୁଥିଲେ । ଘଟଣାସ୍ଥଳରେ ଅନ୍ୟ ଚାଷୀମାନେ ପହଞ୍ଚିବାରୁ ଭାଇଭାଉଜ ଘଟଣାସ୍ଥଳ ଛାଡ଼ି ଫେରାର ହୋଇଯାଇଥିଲେ । ଏ ନେଇ ଚାନ୍ଦବାଲି ଥାନାରେ ଏକ ମାମଲା ରୁଜୁ କରାଯାଇଛି ।